Home କେନ୍ଦୁଝର ହାଟଡିହି ବ୍ଲକରେ ସ୍ୱଚ୍ଛତା ରଥ ପରିକ୍ରମାର ଶୁଭାରମ୍ଭ

ହାଟଡିହି ବ୍ଲକରେ ସ୍ୱଚ୍ଛତା ରଥ ପରିକ୍ରମାର ଶୁଭାରମ୍ଭ

31

ହାଟଡିହି, ୨୧ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପରିସରରୁ ପରିମଳ ବିଭାଗ ତରଫରୁ ସ୍ୱଚ୍ଛ ଭାରତ ମିଶନ ୨ପର୍ଯ୍ୟାୟ ସ୍ୱଚ୍ଛତା ରଥ ପରିକ୍ରମା ଆରମ୍ଭ ହୋଇଛି । ଏହି ରଥ ୮ଦିନ ଧରି ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତର ୨୧୯ଟି ଗ୍ରାମ ବୁଲିବା ସହ ଲୋକମାନଙ୍କୁ ସଚେତନ କରାଇବ । ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର, ସିଡିପିଓ ସରସ୍ୱତୀ ସେଠୀ, ଯନ୍ତ୍ରୀ ଅବନ୍ତୀ ନାୟକ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ ପତାକା ହଲାଇ ଏହି ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ଘରେ ସସକ ଖତ, ଜୈବିକ ଖତ ପ୍ରସ୍ତୁତ କରିବା, ପ୍ରତ୍ୟେକ ବିଦ୍ୟାଳୟ, ଅଙ୍ଗନବାଡି ଗୃହ, ପଞ୍ଚାୟତ କାର୍ଯ୍ୟାଳୟ ଓ ସମସ୍ତ ଘର ମାନଙ୍କରେ ପାଇଖାନା ନିର୍ମାଣ କରାଇବା, ସମସ୍ତ ଗ୍ରାମପଞ୍ଚାୟତରେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଓ ପିକ୍ଲସ ସୁଜ ପରିଚାଳନା ବାବଦରେ ଡାକବାଜି ଯନ୍ତ୍ରଦ୍ୱାରା ଲୋକମାନଙ୍କୁ ସଚେତନ କରାଇବା ଲକ୍ଷରେ ଏହି ରଥପରିକ୍ରମା ଆରମ୍ଭ କରାଯାଇଛି ବୋଲି ଯନ୍ତ୍ରୀ ସୁଚନା ଦେଇଛନ୍ତି । ଏଥିରେ ବି.ଆର.ସି କାର୍ତ୍ତିକ ପାତ୍ର, ମହେଶ୍ୱର ମଲ୍ଲିକ, ସୁରେନ୍ଦ୍ର ରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.