Home ଓଡ଼ିଶା ଆଜିଦୀକା ଅମୃତ ମହୋତ୍ସବ ଅବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ସ୍ୱଚ୍ଛତା ଜନସଚେତନତା ରଥ ଉଦଘାଟିତ

ଆଜିଦୀକା ଅମୃତ ମହୋତ୍ସବ ଅବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ସ୍ୱଚ୍ଛତା ଜନସଚେତନତା ରଥ ଉଦଘାଟିତ

41

ମାଲକାନଗିରି୨୧ା୯ (ଓଡିଆ ପୁଅ ) ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରେ ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରେ ଜିଲ୍ଲାପାଳ ବୀଶାଲ ସିଂ ସ୍ୱଚ୍ଛତା ଜନସଚେତନତା ରଥକୁ ଉଦଘାଟନ କରିଛନ୍ତି । ମାଲକାନଗିରି ବ୍ଲକ ପକ୍ଷରୁ ଏକ ସ୍ୱଚ୍ଛତା ଜନସଚେତନତା ରଥ କୁ ଆଜି ସକାଳେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବୀଶାଲ ସିଂ ଯୋଗଦେଇ ସବୁଜ ପତକା ଦେଖାଇ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ଏପଡି ମାନସ ମିଶ୍ର,ମାଲକାନଗରି ବିଡିଓ ଅଜୟ କୁମାର ପ୍ରଧାନ,ସହକାରି ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଆଜିଦୀ କା ଅମୃତ ମହୋତ୍ସବ ଅବସରେ ଏହି ଜନସଚେତନତା ବିଭିନ୍ନ ଗ୍ରାମ ପରିକ୍ରମା କରି ମ୍ୟାଲେରୀଆ,ଡେଙ୍ଗୁ,କରୋନା ସଂକ୍ରମଣ ଠାରୁ ଦୁରରେ କିପରି ରିହିବେ ସେ ସଂପର୍କରେ ଜନସଚେତନତାର ବାର୍ତା ଦେବା ସହ ସ୍ୱାସ୍ଥ୍ୟ ଓ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଜନ ସଚତନତା କରିବ । ଠିକ ସେହି ପରି କାଲିମେଳା, ପଡିଆ ବ୍ଲକଠାରେ ମଧ୍ୟ ଏହି ସ୍ୱଚ୍ଛତା ରଥ ଉଦଘାଟିତ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.