Home ଓଡ଼ିଶା ବଜ୍ରପାତରେ ଜଳିଲା ବାସଗୃହ , ସ୍ବାମୀ ସ୍ତ୍ରୀ ଗୁରୁତର

ବଜ୍ରପାତରେ ଜଳିଲା ବାସଗୃହ , ସ୍ବାମୀ ସ୍ତ୍ରୀ ଗୁରୁତର

181

ହରିଚନ୍ଦନପୁର, ତା ୨୭ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢେଙ୍କିକୋଟ ତଳ ସାହିରେ ଆଜି ଅପରାହ୍ନ ସମୟରେ ବଜ୍ରାଘାତ ହେବାରୁ ଗୋଟିଏ ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଘର ମଧ୍ୟରେ ଥିବା ପତିପତ୍ନୀ ଗୁରୁତର ହୋଇଛନ୍ତି । ପ୍ରଚଣ୍ଡ ଶବ୍ଦ ସହ ଘରଟି ଜଳି ଯାଇଥିବା ବେଳେ ଘରେ ରହୁଥିବା ଜନାର୍ଦ୍ଦନ ନାୟକ ଓରଫ ମିଲୁ (୪୬) ଏବଂ ତାଙ୍କ ପତ୍ନୀ ନନ୍ଦିନୀ ନାୟକ (୪୦ ) ବଜ୍ରାଘାତରେ ଗୁରୁତର ହୋଇଛନ୍ତି । ତାଙ୍କୁ ସାହିବାସୀ ଏକ ବୋଲେରୋ ଯୋଗେ ପ୍ରଥମେ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ଘଟଣାର ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳି ଯାଉଥିବା ଘରର ଅବଶିଷ୍ଟାଂଶ ନିଆଁକୁ ଲିଭାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କିକୋଟ ସରପଞ୍ଚ ଗୈାରୀ ବାରିକ ସାମାଜିକ କର୍ମୀ କୃଷ୍ଣ ଚନ୍ଦ୍ର ବାରିକ କ୍ଷତିଗ୍ରସ୍ତ ପରିବାରଙ୍କୁ ଘର ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଇବା ସହ ଗୁରୁତର ପତିପତ୍ନୀଙ୍କ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.