Home ଜିଲ୍ଲା ପରିକ୍ରମା ସମସ୍ତଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ଦାବିନେଇ ସିପିଆଇଏମ୍‌ର ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସମସ୍ତଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ଦାବିନେଇ ସିପିଆଇଏମ୍‌ର ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

95

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ କରୋନା ଓ ଅନ୍ୟ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବା ଦେବାରେ ସରକାରୀ ଅବହେଳାର ପ୍ରତିବାଦ କରି ଆଜି ସମଗ୍ର ରାଜ୍ୟରେ ସିପିଆଇଏମ୍ ଦଳ ପକ୍ଷରୁ ପ୍ରତିବାଦ କରାଯାଉଥିବାବେଳେ ଭଦ୍ରକ, ତିହିଡି, ଧାମନଗର ଓ ଆଗରପଡା ଠାରେ ସିପିଆଇଏମ୍‌ର ଜିଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ଚନ୍ଦ୍ରଶେଖର ନାୟକ, ଜଏନୁଲ ଆବେଦିନ, ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ପ୍ରଭାସ ମହାପାତ୍ର, ସତ୍ୟମୂର୍ତ୍ତି ବେହେରା, ଦେବଦତ୍ତ କୁଣ୍ଡୁ, ସେକ୍ କାସିମ, ମିର୍ ମଇଉଦ୍ଦିନ୍ ପ୍ରମୁଖ ସମସ୍ତଙ୍କ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଦୃଢ କରିବା, କରୋନା ଯୋଦ୍ଧା ଡାକ୍ତର ଓ ସେବିକା, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କୁ କିଡସ୍ ଯୋଗାଇଦେବା, ସମସ୍ତ ଡାକ୍ତରଖାନାର ଡାକ୍ତର ଓ ସେବିକା, ସେବକ ନିଯୁକ୍ତି ଦାବିକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏଥିସହ ଏହାର ପ୍ରତିବାଦ ସ୍ୱରୂପ ବନ୍ତଛକ, କଚେରୀ ବଜାର ଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.