Home ଜିଲ୍ଲା ପରିକ୍ରମା ବକେୟା ଟିଏମସି ପାଊଣା ଦାବି; ପୁଣି ଧାରଣାରେ ସରପଞ୍ଚମାନେ

ବକେୟା ଟିଏମସି ପାଊଣା ଦାବି; ପୁଣି ଧାରଣାରେ ସରପଞ୍ଚମାନେ

77

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରପଞ୍ଚମାନେ ପଞ୍ଚାୟତସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ବକେୟା ଅର୍ଥ ପୈଠ ଦାବି କରି ଆଜି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଜଣାଯାଇଛି । ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଧାରଣାରେ ବସିଥିଲେ । ପ୍ରଥମ ଲହର କରୋନା ସଂକ୍ରମଣ କାଳରେ ପଞ୍ଚାୟତ ଦ୍ୱାରା ପରିଚାଳିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟି.ଏମ.ସି. ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ମଧ୍ୟରୁ ବକେୟା ଥିବା ଟ୮,୫୨୪,୪୫୩ ଅର୍ଥ ପୈଠ ପାଇଁ ଏହି ଧରଣା ଦ୍ୱିତୀୟବାର ଅନୁଷ୍ଠିତ ହୋଇଛି । ଗତ ୨୦୨୦ ଜୁନ ମାସ ୨୩ ତାରିଖରୁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ବନ୍ଦ ହୋଇଛି । ପଞ୍ଚାୟତ ପକ୍ଷରୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ପରିଚାଳନା ବାବଦକୁ ଖର୍ଚ୍ଚ କରିଥିôବା ଅର୍ଥ ପାଇବା ପାଇଁ ବ୍ଲକରେ ବିଲ ଗତ ଜୁନ ମାସ ଶେଷ ସୁଦ୍ଧା ଦାଖଲ କରିସାରିଥିଲେ । ଅବଶିଷ୍ଟ ଅର୍ଥ ପାଇର୍ ଗତ ବର୍ଷାଧିକ କାଳ ଅପେକ୍ଷା କରିବାକୁ ପଡିଛି । ବ୍ଲକ ଅଞ୍ଚଳରେ ଥିବା ୨୩ ଯାକ ପଞ୍ଚାୟତର ୪୯ ଟି ଟି.ଏମ.ସି. ଅନ୍ତେବାସୀମାନଙ୍କ ଖାଦ୍ୟ, ସାନିଟେସନ, ତକିଆଖୋଳ, ବେଡସିଟ ଆଦି କ୍ରୟ ସହ ଶୌଚକିଟ୍ କ୍ରୟ ଓ ପରିଚାଳନା ଖର୍ଚ୍ଚ ୧,୨୬,୦୮,୯୪୦ଟଙ୍କା ମଧ୍ୟରୁ ମାତ୍ର ୪୦, ୮୪,୪୮୭ ଟଙ୍କା ପୂର୍ବରୁ ପୈଠ କରାଯାଇଛି । ବକେୟା ଥିôବା ଟି.ଏମ.ସି. ପରିଚାଳନା ୮,୫୨୪,୪୫୩ ଅର୍ଥ ପୈଠ ପାଇଁ ସରପଞ୍ଚମାନେ ଗତ ସେପ୍ଟମ୍ବର ମାସ ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶାଳୟ ଓ ବ୍ଲକ ପକ୍ଷରୁ ପ୍ରତିଶ୍ରୁତି ମିଳିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ବକେୟା ଥିବା ଅର୍ଥ ମଧ୍ୟରୁ ତିନି ଦିନ ମଧ୍ୟରେ ଅଧା ପୈଠ ହେବ ଓ ଅବଶିଷ୍ଟ ଆଗାମୀ ପନ୍ଦର ଦିନ ମଧ୍ୟରେ ପୈଠ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରପଞ୍ଚମନେ ଧାରଣାରୁ ଓହରି ଆସିଥିଲେ । ମାତ୍ର ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଇନଥିବାରୁ ସରପଞ୍ଚମାନେ ପୁନର୍ବାର ଧାରଣା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବିଡିଓ ବିଜୟ କୁମାର ସାହୁ ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ ଘଟଣାର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.