Home ଜିଲ୍ଲା ପରିକ୍ରମା କାଣ୍ଡବା ରାଉତ୍ରାଣୀ ପୀଠରେ ଚଣ୍ଡି ମହାଯଜ୍ଞ

କାଣ୍ଡବା ରାଉତ୍ରାଣୀ ପୀଠରେ ଚଣ୍ଡି ମହାଯଜ୍ଞ

29

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରାୟ ୩ଶହ ବର୍ଷ ପୂର୍ବେ ଆଗରପଡ଼ା ସ୍ଥିତ କାଣ୍ଡବା ମା ରାଉତ୍ରାଣୀ ପୀଠରେ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୧୪ ତାରିଖ ରାତିରେ କେହି ଦୁବୃର୍ତ୍ତ ପ୍ରାୟ ଅଢେଇ କେଜି ଓଜନ ବିଶିଷ୍ଟ ମୁଗୁନି ପଥର ମୂର୍ତ୍ତୀକୁ ଚୋରି କରି ନେଇଥିଲା । ତେଣୁ ଗ୍ରାମବାସୀ ମାନଙ୍କ ଉଦ୍ୟମ କ୍ରମେ ଏହି ଯଜ୍ଞ ଆୟୋଜନ କରାଯାଇଥିଲା ବୋଲି ପୀଠର ପୂଜକ ଦାମୋଦର ପଣ୍ଡା,ଚିତ୍ତରଂଜନ ଉଦ୍‌ଗାତା,ରାଜୁପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି । ଏହି ଯଜ୍ଞରେ ବିଶ୍ୱନାଥ ଦାଶ ଓ ସସ୍ମିତା ଦାଶ କର୍ତ୍ତା ସାଜି ପୂଜାର୍ଚ୍ଚନା କରିଥିବା ବେଳେ ମନୋରଂଜନ ଘଡ଼େଇ,ଗଙ୍ଗାଧର ପତି,ନାରାୟଣ ଉଦ୍‌ଗାତା,ଅନନ୍ତ ଘଡ଼େଇ,ଟୁଟୁ ଆଇଚ ପ୍ରମୁଖଙ୍କ ସମେତ୍ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ;ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବାଙ୍କ ମୂର୍ତ୍ତୀ ଚୋରୀ ହୋଇଯିବା ଫଳରେ ଗ୍ରାମବାସୀମାନଙ୍କ ମଧ୍ୟରେ ଗଭୀର ଦୁଃଖ ଭାବ ସୃଷ୍ଟି ହୋଇଛି । ଚୋରୀ ମୂର୍ତ୍ତୀର ସନ୍ଧାନ ପାଇଁ ପୋଲିସ୍ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଜାରୀ ରଖିଥିଲେ ସୁଦ୍ଧା ଚୋରୀ ମୂର୍ତ୍ତୀ ଉଦ୍ଧାର ହୋଇପାରିନାହିଁ କି ଚୋରର ସନ୍ଧାନ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.