Home କେନ୍ଦୁଝର ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୦ରେ

ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୦ରେ

32

ହାଟଡ଼ିହି, ୪ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ସର୍ବପୁରାତନ ସାହିତ୍ୟ ସଂସଦ ଭାବେ ଜଣାଶୁଣା ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଆସନ୍ତା ୨୦ତାରିଖ ଦିନ ଅଣାଧୂନୀ ମଠ ପରିସରରେ ଅନୁଷ୍ଠିତ ହେବ । ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ଉପଦ୍ଦେଷ୍ଟା ମଣ୍ଡଳୀ ସଦସ୍ୟ ରତ୍ନାକର ଦାସ, ଡ. ଅଶୋକ ପୁହାଣ, ଡ. ଅଭିନ୍ନ ସାହୁ, କୋଷାଧ୍ୟକ୍ଷ ହରିହର ସାମଲ, କିଶୋର ଆଚାର୍ଯ୍ୟ, ପିତାମ୍ବର ମଲ୍ଲିକ, ସୁବାସ ପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଦୟାନିଧି ବ୍ରହ୍ମ, ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଯୋଗଦେଇ ଆଗମୀ ୨୦ତାରିଖ ଦିନ ବାର୍ଷିକ ଉତ୍ସବ କରିବାକୁ ନିଷ୍ପତି ନେଇôତଲେ । ଏହି ଅବସରରେ ବଉଳା ଯୁବପ୍ରତିଭା ସମ୍ମାନ, ବଉଳା ସ୍ୱତନ୍ତ୍ର ସମ୍ମାନ, ସାହିତ୍ୟ ଓ କବିତା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବଉଳା ସମ୍ମାନ ପ୍ରଦାନ ପାଇଁ ନିଷ୍ପତି ହୋଇଥିଲା । ସେହିପରି ସଂସଦର ମୁଖପତ୍ର ‘ବଉଳା’ର ଲୋକାର୍ପଣ କରାଯିବା ସହିତ ସ୍ୱରଚିତ କବିତା ପାଠ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ କବି ଓ କବୟତ୍ରୀ ଏବଂ ସାହିତ୍ୟିକି ମାନେ ଯୋଗଦେବାପାଇଁ ସମ୍ପାଦକ ସୁରେନ୍ଦ୍ର ପରିଡା ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.