Home କୋରାପୁଟ ଜାଲନୋଟ ଜବତ ଘଟଣା,ରିମାଣ୍ଡରେ ଗଲେ ଜଣେ ଅଭିଯୁକ୍ତ

ଜାଲନୋଟ ଜବତ ଘଟଣା,ରିମାଣ୍ଡରେ ଗଲେ ଜଣେ ଅଭିଯୁକ୍ତ

22

କୋରାପୁଟ ୦୪-୦୩(ଓଡିଆ ପୁଅ /ରଂଜନ ଦାସ) ପଟ୍ଟାଙ୍ଗୀ ପୋଲିସ ଦ୍ୱାରା ଗତ ମଙ୍ଗଳବାର  ଜବତ କରା ଯାଇଥିବା ୭କୋଟି ୯୦ ଲକ୍ଷ  ଟଙ୍କାର ଜାଲନୋଟ ଘଟଣାରେ  ଗିରଫ ଜଣେ ଅଭିଯୁକ୍ତକୁ  ପୋଲିସ ୫ଦିନ ରିମାଣ୍ଡରେ  ନେଇଥିବା ଜଣାପଡିଛି । ଅଭିଯୁକ୍ତ ରବୀନ୍ଦ୍ର କୁମାର ମନୋହରକୁ  ଅଧିକ ପଚରା ଉଚୁରା କରିବାକୁ ୧୦ ଦିନ ପାଇଁ  ରିମାଣ୍ଡରେ ନେବାକୁ ପଟ୍ଟାଙ୍ଗୀ ପୋଲିସ କୋରାପୁଟ ଏସଡିଜେଏମଙ୍କ  ନିକଟରେ ଆବେଦନ କରିଥିଲା । ହେଲେ ମାନ୍ୟବର ଏସଡିଜେଏମ ଆବେଦନର ବିଚାର କରି ମନୋହରକୁ  ମାର୍ଚ୍ଚ୪ରୁ ୫ଦିନ  ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ବୋଲି ସରକାରୀ ଓକିଲ ପି.କେ.ପାଢୀ ସୂଚନା ଦେଇଛନ୍ତି  ା  ରିମାଣ୍ଡ ସମୟରେ ପୋଲିସ ମନୋହରକୁ ବିଶାଖାପାଟଣା ଓ ରାୟପୁରକୁ ନେଇ  ତଦନ୍ତ କରିବ ବୋଲି ଜଣାପଡିଛି । ସୂଚନା ଥାଉକି ୨ତାରିଖ ସକାଳେ ସୁଙ୍କି ପୋଲିସ ସିଜି-୦୪ଏଲଏସ ୦୫୪୫  ନମ୍ବର ଥିବା ଏକ ଫୋର୍ଡ ଫିଗୋ କାରକୁ  ସୁଙ୍କିରେ  ଅଟକାଇ ଚେକିଂ କରିଥିଲେ । ଯାଂଚ ସମୟରେ କାରର ପଛ ସିଟରେ ୨ଟି ଓ ଡିକିରେ ୨ଟି  ଚାବି ଦିଆ ଯାଇଥିବା ଟ୍ରୋଲି ବ୍ୟାଗ ଦେଖିବାକୁ ପାଇ ସେଗୁଡିକ ଖୋଲି ଦେଖିଥିଲେ । ସବୁ ଟ୍ରୋଲି ବ୍ୟାଗରେ ୫୦୦ ଟଙ୍କିଆ ବେଣ୍ଡେଲ ଥିବା ଦେଖିବାକୁ ପାଇ ପୋଲିସ ଟିମ ପଟ୍ଟାଙ୍ଗୀ ଥାନା ଅଧିକାରୀଙ୍କୁ ସୂଚନା ଦେବା ସହ ଉକ୍ତ କାର ଓ ଟଙ୍କା ବ୍ୟାଗ ଜବତ କରିଥିଲେ ଓ କାରରେ  ଥିବା ତିନିଜଣକୁ ଗିରଫ କରି ନେଇଥିଲେ । କାରରୁ ଜବତ ସମସ୍ତ ଟଙ୍କା  ଜାଲନୋଟ ବୋଲି ଗିରଫ ତିନିଜଣ ପୋଲିସକୁ ସୂଚନା ଦେବାସହ ରାୟପୁରରୁ ବିଶାଖାପାଟଣା  ନିଆଯାଉଥିବା ସୂଚନା ମଧ୍ୟ ଦେଇଥିଲେ ।    ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ଜବତ ଟଙ୍କା ଗଣା ଯାଇଥିଲା । ୪ଟି ବ୍ୟାଗରେ ଥିବା ୧୫୮୦ ବଣ୍ଡେଲରେ  ମୋଟ ୭କୋଟି ୯୦ ଲକ୍ଷ ର ଜାଲନୋଟ ଥିବା ଜଣା ପଡିବା ପରେ  ପୋଲିସ ଉକ୍ତ ଜାଲନୋଟ ସହ  ସମ୍ପୃକ୍ତ କାର ,ନଗଦ ୩୫ ହଜାର ଟଙ୍କା,୫ଟି ମୋବାଇଲ ଫୋନଏବଂ  କ୍ରେଡିଟକାର୍ଡ,ଡେବିଟକାର୍ଡ ଦବତ କରିଥିଲା ଓ ରବୀନ୍ଦ୍ର କୁମାର ମନୋହର ସମତ ତିନିଜଣକୁ  ଗିରଫ  କରିଥିଲା  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.