Home ଜିଲ୍ଲା ପରିକ୍ରମା ଫ୍ରି ଫାୟାର ଗେମ୍ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଫ୍ରି ଫାୟାର ଗେମ୍ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

107

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼-୧୯ ପାଇଁ ଗତ କିଛି ମାସ ଧରି ଅଫଲାଇନ ପରିବର୍ତ୍ତେ ପିଲାମାନଙ୍କ ଅନଲାଇନ କ୍ଲାସ ହେଉଛି । ତେଣୁ ଅଭିଭାବକ ମାନେ କୋମଳମତି ପିଲାମାନଙ୍କୁ ମୋବାଇଲ ଦେବାକୁ ବାଧ୍ୟ ହେଉଛନ୍ତି । ପିଲାମାନେ ପାଠ ପଢିବା ସହିତ ଫ୍ରି ଫାୟାର ପରି ଗେମ ମାନ ମୋବାଇଲରୁ ଦେଖି ନିଜକୁ ସଂଜତ କରିନପାରି ନାନାଦି ପ୍ରକାରର ବିଶୃଂଖଳିତ କାର୍ଯ୍ୟମାନ କରୁଛନ୍ତି ଓ ଆତ୍ମହତ୍ୟା ମଧ୍ୟ କରିବାକୁ ପଛାଉନାହାନ୍ତି । ଏହି ପରି ଅନେକ ଦୃଷ୍ଟାନ୍ତ ସାରା ରାଜ୍ୟ ସମେତ ବନ୍ତ ବ୍ଲକର ବିଭିନ୍ନ ଅଂଚଳରେ ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ଏହି ପରି ଗେମ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଗରପଡ଼ା ଥାନା ଅର୍ନ୍ତଗତ ମଙ୍ଗୁଲୀ ଗ୍ରାମର ଯୁବ ସମାଜସେବୀ ନାରାୟଣ ଦାସ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.