Home ଜିଲ୍ଲା ପରିକ୍ରମା ବାଇକ ସହ ମଦ ଜବତ; ଜଣେ ଗିରଫ

ବାଇକ ସହ ମଦ ଜବତ; ଜଣେ ଗିରଫ

57

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମଞ୍ଜୁରୀରୋଡ ଅଞ୍ଚଳର ନାଆମୀ କଲେଜ ଛକ ନିକଟରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ ପ୍ରମୁଖ ଚଢାଉ କରି ୪୦ ଲିଟର ଦେଶୀ ମତ ଜବତ କରାଯାଇଛି । ମଦ ପରିବହନ କାର୍ଯ୍ୟରେ ବ୍ୟବହୃତ ଓଡି ୨ କେ ୮୩୭୦ ନଂ ବାଇକ ଜବତ କରାଯାଇଛି । ମଞ୍ଜୁରୀରୋଡରୁ ଚୋରା ମଦ ପରିବହନକାରୀ କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଜଳକଳଙ୍ଗ ଗ୍ରାମର ରାଜକିଶୋର ମୁଖିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.