Home ଜିଲ୍ଲା ପରିକ୍ରମା ଫେସ୍‌ବୁକ୍‌ରୁ ପ୍ରେମ ପରେ ସ୍ୱାମୀଙ୍କୁ ପ୍ରତାରଣା

ଫେସ୍‌ବୁକ୍‌ରୁ ପ୍ରେମ ପରେ ସ୍ୱାମୀଙ୍କୁ ପ୍ରତାରଣା

206

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ଫେସ୍‌ବୁକ୍‌ର ଚାହିଦା ବଢିଛି । ହେଲେ କେତେକାଂଶରେ ଏହାର କୁପ୍ରଭାବ ପଡ଼ିବା ଦ୍ୱାରା ବର୍ତ୍ତମାନର ଯୁବକ ଯୁବତୀ ଓ ବିବାହିତ ମହିଳାମାନେ ମଧ୍ୟ ପଥଭ୍ରଷ୍ଠ ହେଉଛନ୍ତି । ଏମିତି ଏକ ଘଟଣା ଧାମନଗର ବ୍ଲକର ଖଡ଼ିପଦା ପଂଚାୟତର ମୁଥାନଗର ଗ୍ରାମରେ ଘଟିଛି । ଘଟଣାରୁ ପ୍ରକାଶଯେ ଉକ୍ତ ଗ୍ରାମର ଦୀଲ୍ଲିପ ଦାସ ଭୁବନେଶ୍ୱରରେ ଫେରିବେପାର କରୁଥିବାବେଳେ ଫେସ୍‌ବୁକ୍‌ରେ ଜଣେ ମହିଳାଙ୍କ ସହିତ ସମ୍ପର୍କ ଗଢିଥିଲା । ଏପରିକି ବିବାହ କରିବାପାଇଁ ମହିଳା ଜଣକ ଦୀଲ୍ଲିପକୁ ପ୍ରପୋଜ କରିଥିଲେ । ପରବର୍ତ୍ତି ସମୟରେ ଧାମନଗର ଥାନାରେ ୨୦୧୯ ମସିହାରେ ଘଟଣାର ସମାଧାନ କରାଯାଇ ଦୀଲ୍ଲିପ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ । ପରେ ଜଣାଗଲାଯେ ମହିଳା ଜଣକ ୧୩ବର୍ଷ ବୟସରେ ଗଞ୍ଜାମ ଅଂଚଳର ଡ଼ମ୍ବୁରଧର ଗୌଡ଼ଙ୍କୁ ବିବାହ କରିଥିଲେ ତାଙ୍କର ମଧ୍ୟ ୮ବର୍ଷର ପୁତ୍ର ସନ୍ତାନଟିଏ ଅଛି । ହେଲେ ପ୍ରେମରେ ଅନ୍ଧହୋଇ ପ୍ରଥମ ସ୍ୱାମୀ ଓ ପୁତ୍ରକୁ ଛାଡ଼ି ଦୀଲ୍ଲିପକୁ ବିବାହ କରିଥିଲେ । ୨ବର୍ଷ ଦୀଲ୍ଲିପ ସହିତ ବୈବାହିକ ଜୀବନ ବିତାଇବା ପରେ ପୁଣି ମହିଳା ଜଣକ ଭୁବନେଶ୍ୱର ଫୁଲନଖରା ସ୍ଥିତ ଗୋବିନ୍ଦପୁର ଗ୍ରାମର ଜସମୋହନ ସେଠୀ ପିତା ଉପେନ୍ଦ୍ରଙ୍କ ସହ ଫେସବୁକ୍‌ରେ ଚାଟିଂ ପରେ ବିବାହ ପାଇଁ ପ୍ରପୋଜ ଆସିଲା । ସ୍ୱାମୀ ଦୀଲ୍ଲିପ ରାଉଲକେଲାରେ ବ୍ୟବସାୟ କରୁଥିବାବେଳେ ସ୍ୱାମୀଙ୍କ ଅନୁପସ୍ଥିତିରେ ଜସମୋହନଙ୍କୁ ବାରମ୍ବାର ମୁଥାନଗରକୁ ଡ଼ାକିଥାଏ ଏବଂ ଉଭୟଙ୍କର ମଧ୍ୟ ଦୈହିକ ସମ୍ପର୍କ ରହିଥିଲା । ଗତକାଲି ଜସମୋହନ ମୁଥାନଗର ଆସିଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମହିଳା ଓ ପ୍ରେମିକ ଜସମୋହନକୁ କାବୁ କରିଥିଲେ । ଆଜି ସକାଳେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଥାନାକୁ ଆଣି ପଚରା ଉଚୁରା ଯାରିରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.