Home ଓଡ଼ିଶା ଫେରିବାରେ ଲାଗିଛନ୍ତି ଶ୍ରମିକ ହେଉନି ସରକାରୀ ତାଲିକା, ଜନସେବା ସଙ୍ଘର ସ୍ୱତନ୍ତ୍ର ସଭା

ଫେରିବାରେ ଲାଗିଛନ୍ତି ଶ୍ରମିକ ହେଉନି ସରକାରୀ ତାଲିକା, ଜନସେବା ସଙ୍ଘର ସ୍ୱତନ୍ତ୍ର ସଭା

704

ବଲାଙ୍ଗୀର ୫-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁରଜିଭଟା ଗ୍ରାମ କୁ ଆନ୍ଧ୍ରପ୍ରଦେଶ ରୁ ଚାଲି,ଚାଲି ୪୨ ଜଣ ଦାଦନ ଶ୍ରମିକ ଆସିଥିବା ଜଣାଯାଇଛି। ସେମାନେ ଇଟା ଗଢିବା କୁ ଯାଇଥିବା ବେଳେ ଶନିବାର ନିଜ ଘରେ ପହଞ୍ଚିଛନ୍ତି। ହେଲେ ଏ ନେଇ ସରକାରୀ ଭାବେ ନାମ ପଞ୍ଜିକରଣ ଅବା କୌଣସି ସରକାରୀ ପଦକ୍ଷେପ ଗ୍ରହଣ କରା ନ ଯିବା ନେଇ ସ୍ଥାନୀୟ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।ଏପରି କି ସରକାରୀ ବିଭିନ୍ନ ନମ୍ବର ଗୁଡିକୁ ଫୋନ କରି ମଧ୍ଯ କୌଣସି ସୁଫଳ ମିଳି ନ ଥିବା ନେଇ ଜନସେବା ସଙ୍ଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ସୂଚନାଯୋଗ୍ୟ ଯେ ଏହି ଦାଦନ ପ୍ରବଣ ଜିଲ୍ଲା ର ମୁରିବାହାଲ ତଥା ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକୁ ପ୍ରତିଦିନ ଏପରି ବାହ୍ୟ ରାଜ୍ୟ ଗୁଡିକ ରୁ ଶ୍ରମିକ ମାନଙ୍କ ସୁଅ ଛୁଟିବା ଦେଖା ଯାଉଛି। ସେହିପରି ଏହି ବ୍ଲକ ର ଜଣେ ୧୫ ବର୍ଷୀୟ ନାବାଳକ ଯିଏ ଭିଳାଇ ରେ ରହି ପାଠ ପଢୁଥିଲେ ତାଙ୍କ ନିକଟରେ କିଛି ଲକ୍ଷଣ ଦେଖାଯିବା ରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ପ୍ରକାଶ ପାଇଛି। ଏଚ ଆଇ ଭି/ଏଡ୍ସ ଅକ୍ରାନ୍ତ ଏ ଦିଗରେ ବିଶେଷ ସଚେତନତା ସହ ସ୍ୱତନ୍ତ୍ର ସାବଧାନତା ଅବଲମ୍ବନ କରିବା ନିତାନ୍ତ ଜରୁରୀ ବୋଲି ଟିଟିଲାଗଡ଼ ଜନସେବା ସଂଗଠନ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର ସଭା ରେ ଜିଲ୍ଲା ଭେଷଜ ବିଶେଷଜ୍ଞ ସୂଚନା ଦେଇଥିଲେ । ଏ ନେଇ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ଗ୍ରହଣ ସଂକ୍ରାନ୍ତରେ ନା ନା ଆଲୋଚନା ସହ ଏହି ଦାଦନ ପ୍ରବଣ ଅଞ୍ଚଳରେ ସମସ୍ତ ପ୍ରକାର ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.