Home ଅନୁଗୁଳ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଏନ୍‌.ଟି.ପି.ସି କଣିହାଁ ପକ୍ଷରୁ ମାସ୍କ ବଂଟନ

କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଏନ୍‌.ଟି.ପି.ସି କଣିହାଁ ପକ୍ଷରୁ ମାସ୍କ ବଂଟନ

98

ତାଳଚେର,୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍‌.ଟି.ପି.ସି ତାଳଚେର କଣିହାଁ ଟାଉନସିପ୍ ଏବଂ ଏହାର ପାରିପାଶ୍ୱିର୍କ ଅଂଚଳକୁ କରୋନା ଭୁତାଣୁ (କୋବିଡ଼-୧୯) ସଂକ୍ରମଣରୁ ସୁରକ୍ଷିତ ରଖିବା ନିମନ୍ତେ ପ୍ଲାଂଟ କର୍ତୃପକ୍ଷ ବିଭିନ୍ନ ପ୍ରକାର ଆଗୁଆ ପଦକ୍ଷେପ ନେବାସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ତଥା ରାସ୍ତାଘାଟକୁ ସାନିଟାଇଜ କରାଯିବା ନେଇ କମ୍ପାନୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ସେହିପରି ପ୍ଲାଂଟର ସମସ୍ତ କର୍ମଚାରୀ,ଠିକା ଶ୍ରମିକ ଏବଂ ଆଖାପାଖ ଗ୍ରାମାଂଚଳରେ ଲୋକଙ୍କୁ ମାସ୍କ ବଂଟନ କରାଯାଇଛି । ଅପ୍ରେଲ ୩ ତାରିଖରେ କମ୍ପାନୀର ସିଏସଆର ଯୋଜନା ଅନ୍ତର୍ଗତ ଏନ୍‌.ଟି.ପି.ସି କର୍ତୃପକ୍ଷ ସ୍ଥାନୀୟ ଗଦାଶିଳା ଗ୍ରାମ ପଂଚାୟତରେ ୫ଶହ କଟନ୍ ମାସ୍କ ଏବଂ ଟାଉନସିପ୍ ଓ ଏହାର ଆଖପାଖ ଗ୍ରାମର ବିଭିନ୍ନ ବ୍ୟବସାୟୀ, ପରିବା ଦୋକାନୀ ଏବଂ ଫଳ ଦୋକାନୀଙ୍କୁ ୨ଶହ ମାସ୍କ ବଂଟନ କରିଛନ୍ତି । ଲୋକେ ଏଭଳି ମାସ୍କ ବଂଟନ ବ୍ୟବସ୍ଥାକୁ ସ୍ୱାଗତ କରିବା ସହ ଆଗ୍ରହ ସହକାରେ ମାସ୍କ ଗ୍ରହଣ କରିଥିଲେ । ଏହି ଅବସରରେ ମଧ୍ୟ କରୋନା ସମ୍ପର୍କରେ ଜନସଚେତନତା କରାଯାଇଥିଲା । ସାରା ଭାରତରେ ପ୍ରତିଷ୍ଠିତ ଏନ୍‌.ଟି.ପି.ସି.ର ବିଭିନ୍ନ ବିଦ୍ୟୁତ କେନ୍ଦ୍ର ପକ୍ଷରୁ କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଯାହାକି ମାନ୍ୟବର କେନ୍ଦ୍ରୀୟ (ରାଷ୍ଟ୍ର ପାହ୍ୟା) ଶକ୍ତି,ନୂଆ ଏବଂ ନବୀକରଣୀୟ ଉର୍ଜ୍ଜା ଓ କୈାଶଳ ବିକାଶ ମନ୍ତ୍ରୀ ଆର.କେ.ସିଂହଙ୍କ ପରାମର୍ଶ କ୍ରମେ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.