Home Coronavirus Outbreak କେନ୍ଦୁଝର : ସମଗ୍ର କେନ୍ଦୁଝର ଲକ୍ ଆଉଟ : ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ...

କେନ୍ଦୁଝର : ସମଗ୍ର କେନ୍ଦୁଝର ଲକ୍ ଆଉଟ : ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଭୋକ ଉପବାସରେ ରେ ଆଉଟ ପାଉଟ ଆଦିବାସୀ ବୃଦ୍ଧ ଦମ୍ପତି

649

କେନ୍ଦୁଝର, ୪ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମଗ୍ର ଦେଶରେ କୋରୋନାର ପ୍ରତିରୋଧ ତଥା ମୁକାବିଲା ପାଇଁ ଲକ ଆଉଟ ଜାରି ରହିଥିବା ସମୟରେ କେନ୍ଦୁଝର ରେ ଜଣେ ଗରୀବ ଆଦିବାସୀ ବୃଦ୍ଧ ଦମ୍ପତି ଭୋକ ଉପବାସରେ ଆଉଟ ପାଉଟ ହେଉଛନ୍ତି। ବିନା ଖାଦ୍ୟରେ ଜଣେ ବି କାହାକୁ ମରିବାକୁ ଦିଆ ଯିବନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ଏବଂ ଦାରିଦ୍ର ସୀମାରେଖା ତଳେ ରହିଥିବା ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଆଜି ବି କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଶହ ଶହ ଗରୀବ ପରିବାର ଖାଦ୍ୟ ସୁରକ୍ଷା ଯୋଜନରେ ସାମିଲ ହେବାକୁ ଆବେଦନ କରି ଅପେକ୍ଷାରେ ରହିଥିବା ବେଳେ ଏହି ଗରୀବ ଆଦିବାସୀ ଦମ୍ପତିଙ୍କ କଥା ପଚାରେ ବା କିଏ। ଜୀବନ ସାରା ଅନେକ ବାବୁଭାୟାଙ୍କୁ ଅନେକ ଗୁହାରୀ କରି କରି ଆଜି ବି ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଏହି ବୃଦ୍ଧ ଦମ୍ପତିଙ୍କ ପାଖରେ ନା ଅଛି ଇନ୍ଦିରା ଆବାସ ଘର ଟିଏ ନା ଅଛି ରେସନ କାର୍ଡ ଖଣ୍ଡେ। ଏପରି କି ଲକ୍ ଆଡଟ ସମୟରେ ସରକାର ଙ୍କ ଠାରୁ ମିଳୁଥିବା ଅଗ୍ରୀମ ପିଡିଏସ୍ ସାମଗ୍ରୀ ଓ ଭତା ପାଇବାରୁ କିମ୍ବା ଖାଦ୍ୟରୁ ବନ୍‌ଚିତ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି ଏହି ଗରୀବ ବୃଦ୍ଧ ଦମ୍ପତି।

ଏପରି ଏକ ହୃଦୟ ବିଦାରକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିମି ଦୂର ରେ ଥିବା ସଦର ବ୍ଲକ ଅନ୍ତର୍ଗତ ସରଲାପେଣ୍ଠ ଗାଁ ରେ। ଗାଁ ର ହରି ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ ଶନିବାରୀ ପେଣ୍ଠେଇ ଏବେ ବୟସର ଅପରାହ୍ନରେ। ଦେହରେ ମୂଲ ମଜୂରୀ ଲାଗିବାକୁ ବଳ ବି ସରିଯାଇଛି। ଦେହ ହାତ ଥରୁଛି। ଏହି ବୃଦ୍ଧ ଦମ୍ପତିଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ। ଦୁଇ ଝିଅ ବାହା ହୋଇ ସାରିଛନ୍ତି। ଆଉ ଦୁଇ ପୁଅ ଙ୍କ ମଧ୍ୟ ରୁୁ ବଡ ପୁଅ ବାପା ମା ଙ୍କୁ ପର କରି ଆରପାରିକୁ ଚାଲିଗଲା ଏବଂ ସାନ ପୁଅ ଅନେକ ବର୍ଷ ହେବ ଦାଦାନ ଖଟିବା କୁ କୁଆଡେ ଯାଇଛି ଯେ ତାର କୌଣସି ଖବର ଏମାନଙ୍କର ପାଖରେ ନାହିଁ। ଏହି ଦମ୍ପତି ଙ୍କ କହିବା ଅନୁସାରେ ଜୀବନ ସରା ସେମାନେ ସରପଞ୍ଝ ଠାରୁ ଆରମ୍ଭ କରି ଅନେକ ସରକାରୀ ବାବୁ ଙ୍କୁ ଇନ୍ଦିରା ଆବସ ଘର ଖଣ୍ଡେ ଓ ଭତା କାର୍ଡ ଖଣ୍ଡେ ପାଇଁ ଗୁହାରୀ କରି କରି କେହି ହେଲେ ବି ଶୁଣିଲେ ନାହିଁ। ଫଳରେ ଏହି ବୃଦ୍ଧ ଦମ୍ପତି ଜଙ୍ଗଲ ରୁ କାଠ ପତ୍ର ସଂଗ୍ରହ କରି ସେସବୁ ବିକ୍ରି କରି ନଚେତ ବାର ଦୂଆରେ ହାତ ପତେଇ ମାଗି ଯାଚି ଯାହା ପାନ୍ତି ସେଥିରେ ନିଜର ଗୁଜୁରାଣ ମେନ୍ଟାଇ ଥଆନ୍ତି। ହେଲେ ଏବେ କରୋନା ଭାଇରସ ର ମୁକାବିଲା ପାଇଁ ସବୁ ଆଡେ ଲକ ଡାଉନ। ଘରୁ ବାହାରିବା ମନା, କାମ ଧନ୍ଦା ସବୁ ବନ୍ଦ। ତେଣୁ ଗରୀବ ଲୋକେ ଯେପରି ଭୋକ ଉପାସରେ ରହିବେ ନାହିଁ ସେଥିପାଇିଁ ରାଜ୍ୟ ସରକରା ଏବେ ଲୋକ ଙ୍କ ଘର ଦ୍ୱାର ଦ୍ୱାରେ ନେଇ ତିନି ମାସର ଅଗ୍ରୀମ ଚାଉଳ ଓ ଭତା ପହନ୍‌ଚାଇବା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ଦମ୍ପତି ଙ୍କର ଏବେ କାର୍ଡ ଖଣ୍ଡିଏ ନାହିଁ। ତେଣୁ ତାହା ମଧ୍ୟ ସେମାନେ ପାଇବେ ନାହିଁ। ଏବେ ସବୁ଼ ଆଡେ ଲକ ଡାଉନ ଥିବା ରୁ ସମସ୍ତେ ଅସୁବିଧା ଭିତରେ ରେ ଚଳୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଆଗ ଭଳି ସାହାଯ୍ୟ ଆଉ ମିଳୁ ନାହିଁ। କିମ୍ବା ସେ କାଠ ପତ୍ର ବକ୍ରି ମଧ୍ୟ ପାରୁନାହାନ୍ତି। ଫଳରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ଏବଂ ଯେଉଁ ଦିନ ସେ ଗଣ୍ଡାକ ତାଙ୍କୁ ମିଳୁନାହିଁ ସେଦିନ ଦମ୍ପତି ଦ୍ୱୟ ଉପବାସରେ। ଫଳରେ ଏବେ ସେମାନଙ୍କର ଗୋଟିଏ ଚିନ୍ତି କେମିତି ଖାଇ ପିଇ ବଞ୍ଚିବେ। ଏବେ ଏହି ଅସହାୟ ବୃଦ୍ଧ ଦମ୍ପତି ଙ୍କୁ ତୁରନ୍ତ ଜିଲ୍ଲା ପ୍ରଶାସନ ସାହଯ୍ୟର ର ହାତ ବଢାଇବାକୁ ସଂଜିବ ସାହୁ, ଦଶରଥ ପେଣ୍ଠେଇ ପ୍ରମୁଖ ଅନେକ ବୁଦ୍ଦିଜିବୀ ଓ ଗ୍ରାମବାସୀ ନିବେଦନ କରିଛନ୍ତି। କିନ୍ତୁ କେବେ ପ୍ରଶାସନର କାନରେ ସେମାନଙ୍କ କରୁଣ ନିବେଦନ ପହଞ୍ଚିବା ଓ ସେମାନେ ବଞ୍ଚିବାର ସାହାରା ପାଇବେ ତାହାକୁ ହିଁ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.