Home ଓଡ଼ିଶା ରଣପୁର ରେ ଦର ବୃଦ୍ଧି ପ୍ରତିବାଦ ବିକ୍ଷୋଭ

ରଣପୁର ରେ ଦର ବୃଦ୍ଧି ପ୍ରତିବାଦ ବିକ୍ଷୋଭ

45

ନୟାଗଡ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬- ରାଜ୍ୟ ରାଜ୍ୟ ରେ ପ୍ରେଟୋଲ ,ଡିଜେଲ,ରନ୍ଧନ ଗ୍ୟାସ ,କିରୋସିନି ଓ ନିତ୍ୟ ବ୍ୟବହାର ଜିନିଷ ର କରୋନା ଭଳି ପ୍ରାକୃତିକ ବିପଦ ସମୟ ରେ ହୁ ହୁ ହୋଇ ଦର ବୃଦ୍ଧି ପ୍ରତିବାଦ ରେ ରଣପୁର କମ୍ୟୁନିଷ୍ଟ ପାର୍ଟି ତରଫରୁ ଜୁନ୍ ୩୦ ତାରିଖ ରେ ଏକ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା । କମ୍ୟୁନିଷ୍ଟ ନେତା ହରିଶ୍ଚନ୍ଦ୍ର  ମିଶ୍ର ଙ୍କ ନେତୃତ୍ୱ ରେ କୋଭିଡ୍ କଟକଣା ଭିତରେ ସିମିତ ସଂଖ୍ୟକ କର୍ମୀ ଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା । କର୍ମୀ ମାନେ କମ୍ୟୁନିଷ୍ଟ ପାର୍ଟି ଅଫିସ ରୁ ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ଫଟୋ ଚିତ୍ର ନେଇ ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ମୋଦୀ ସରକାର ଙ୍କ ଦର ଦାମ ବୃଦ୍ଧି ରେ ବିଫଳତା ନେଇ ନାରା ବାଜି କରାଯାଇଥିଲା । କୋଭିଡ୍ ସମୟ ରେ ପ୍ରତି ଗରିବ ପରିବାର କୁ ୧୦ କିଲୋଗ୍ରାମ ଚାଉଳ କିମ୍ବା ଦେବାପାଇଁ ଦାବୀ କରାଯାଇଥିଲା । ଆୟକର ଦେଉନଥିବା ପ୍ରତି ପରିବାର ୬ ମାସ ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ଦବା ପାଇଁ ଦାବୀ କରାଯାଇଥିଲା । ଶେଷ ରେ ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କର କୁସପୁତ୍ତଳିକା ଦାହ କରାଯାଇଥିଲା । ଏଥରେ କମ୍ୟୁନିଷ୍ଟ ନେତା ସୁରେଷ ସ୍ୱାଇଁ , ନିତ୍ୟାନନ୍ଦ ପରିଡା , ଧୁଃସାଶନ ଜେନା ଓ ବହୁ ମହିଳା କମ୍ୟୁନିଷ୍ଟ ନେତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.