Home ଓଡ଼ିଶା ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାରିଦିନିଆ ସଟ୍ ଡାଉନ୍ ଆରମ୍ଭ

ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାରିଦିନିଆ ସଟ୍ ଡାଉନ୍ ଆରମ୍ଭ

49

ବାଲିଗୁଡ଼ା, ୧୮/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ୧୭ ତାରିଖ ସନ୍ଧ୍ୟା ୭ ଘଣ୍ଟିକା ଠାରୁ ୨୨ତାରିଖ ସକାଳ ୬ଘଣ୍ଟିକା ପାଇଁ ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୪ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ କନ୍ଧମାଳ ଜିଲ୍ଲାର ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ଗତ କିଛିଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନନ୍ଦିନ କନ୍ଧମାଳ ଜିଲ୍ଲାରୁ ପଡ଼ୋଶୀ ଜିଲ୍ଲା ଗୁଡ଼ିକୁ ବିଭିନ୍ନ କାମରେ ଜିଲ୍ଲାବାସୀ ଯିବାଆସିବା କରନ୍ତି। ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ଚାରି ଦିନିଆ ସଟ ଡାଉନର ପ୍ରଥମ ଦିନରୁହିଁ ଏହି ଦୁଇ ସହରାଞ୍ଚଳର ୨୬ଟି ଓ୍ବାର୍ଡରେ ଘରକୁ ଘର ବୁଲି ହେଲ୍ଥ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଶିକ୍ଷକ, ଶିକ୍ଷୟିତ୍ରୀ, ଏଏନ୍ଏମ୍, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱଚ୍ଛ ସାଥି ମାନଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ପ୍ରତି ଓ୍ବାର୍ଡ ପାଇଁ ୪ଗୋଟି ଟିମ୍ କାମ କରିବେ ଏବଂ ପ୍ରତି ଟିମ୍ ରେ ଦୁଇଜଣ ଲେଖାଁଏ କାମ କରୁଛନ୍ତି। ପ୍ରତି ଓ୍ବାର୍ଡକୁ ଦୁଇଜଣ ଲେଖାଁଏ ମନିଟରିଂ ମଧ୍ୟ କରୁଛନ୍ତି। ଏଥିସହିତ ଏହି ଦୁଇ ସହରାଞ୍ଚଳରେ କାର୍ଯ୍ୟକୁ ୧୦ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟବେକ୍ଷଣ କରିବାକୁ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ନିର୍ଦ୍ଦେଶ ଦେଇଛନ୍ତି। ଏହି ସଟ୍ ଡାଉନ୍ ସମୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିବାସହ ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ସେପଟେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନା, କୋର୍ଟ, ବ୍ୟାଙ୍କ ଆଦି ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନକୁ ସାନିଟାଇଜ୍ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.