Home କେନ୍ଦୁଝର ଫାଷ୍ଟଫୁଡ ଦୋକାନ ଉପରେ ଉପୁଡି ପଡିଲା ଗଛ, ଅଳ୍ପକେ ରକ୍ଷା ପାଇଲେ ୭ ଗ୍ରାହକ

ଫାଷ୍ଟଫୁଡ ଦୋକାନ ଉପରେ ଉପୁଡି ପଡିଲା ଗଛ, ଅଳ୍ପକେ ରକ୍ଷା ପାଇଲେ ୭ ଗ୍ରାହକ

72

ହାଟଡିହି, ୩୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବ୍ଲକ ଛକ ନିକଟରେ ଘଟିଯାଇଛି ଦୁର୍ଘଟଣା । ଲଘୁଚାପ ବର୍ଷା ଲାଗି ରହିବା ଫଳରେ ବ୍ଲକ ନିକଟରେ ଥିବା ଏକ ବୃହତକାୟ ଗଛ ଉପୁଡି ପଡିଛି ଏକ ଫାଷ୍ଟ ଫୁଡ ଦୋକାନ ଉପରେ । କିନ୍ତୁ ସୌଭାଗ୍ୟ ବସତ ଫାଷ୍ଟ ଫୁଡ ବ୍ୟବସାୟୀ ସମେତ ୬ଜଣ ଗ୍ରାହକ ସେତେବେଳେ ଖାଉଥିଲେବି ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଫାଷ୍ଟଫୁଡ ଦୋକନଟି ଛାରଖାର ହୋଇଯାଇଥିବାବେଳେ ଚେୟାର, ଟେବୁଲ ଗୁଡିକ ଭାଙ୍ଗିରୁଜି ଯାଇଛି । ଖବରପାଇ ପୌର କର୍ତ୍ତୁପକ୍ଷ ଗଛଟିକୁ କାଟି ହଟାଇ ଥିବାବେଳେ ଫାଷ୍ଟ ଫୁଡ ଦୋକାନୀକୁ କ୍ଷତିପୁରଣ ଦେବାପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.