Home ଓଡ଼ିଶା ଫାଣ୍ଡି ଗେଟ୍ ରେ ରାତିସାରା ଝୁଲୁଛି ତାଲା

ଫାଣ୍ଡି ଗେଟ୍ ରେ ରାତିସାରା ଝୁଲୁଛି ତାଲା

67

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୬- ରାଜ୍ୟ ରେ ଥାନା ଓ ଡାକ୍ତରଖାନା ସମସ୍ତଙ୍କ ବିପଦ ସମୟରେ ଖୋଲା ଥାଏ । ଯାହାଫଳ ରେ ଲୋକମାନେ ଥାନା ଓ ଡାକ୍ତରଖାନା ରେ ପହଂଚି ୨୪ ଘଣ୍ଟା ସେବା ପାଇଥାନ୍ତି । ସେଥିପାଇଁ ଡାକ୍ତରଖାନା ରେ ଜରୁରୀ କାଳୀନ ସେବା ଓ ଥାନା ରେ ରାତିରେ ପହରାଦାର ରଖାଯାଇଥାଏ । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡିରେ ବ୍ୟତିକ୍ରମ ଦେଖାଦେଉଥିବା ଜଣାପଡିଛି । ରାଜସୁନାଖଳା ଫାଣ୍ଡି ଟି ବିଶାଳ ଅଂଚଳ ହୋଇଥିବା ବେଳେ ଦୂର ରୁ ରାତିରେ କୈାଣସି ଲୋକ ଅସୁବିଧାରେ ପଡି ଫାଣ୍ଡି ଗେଟ୍ ରେ ତାଲା ଝୁଲୁଥିବା ଦେଖି ନିରାଷ ହୋଇ ଫେରିବାକୁ ପଡିଥାଏ । ରାତ୍ରିକାଳୀନ ଫାଣ୍ଡି ଅଂଚଳ ରେ ପହରା କଥା ନକହିବା ଭଲ । ରାତ୍ରୀ ରେ ପହରାଦାର ଫାଣ୍ଡି ଗେଟ୍ ରେ ତାଲା ପକାଇ ଶୋଇପଡିବା ଯୋଗୁଁ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।

ଫାଣ୍ଡି ଅଂଚଳ ଦେଇ ୫୭ ନଂ ଜାତୀୟ ରାଜପଥ ରେଳ ଲାଇନ ଯାଇଅଛି । କୈାଣସି ଦୁର୍ଘଟଣା ହେଲେ ସେବା ମିଳୁନାହିଁ । ଗଡବାଣିକିଲୋ ଜଙ୍ଗଲ , କୋଟଗଡ ଘାଟୀ ଅଂଚଳ ରାତ୍ରୀ ରେ ଲୁଟେରାଙ୍କ ଅମରାବତି ପାଲଟିଛି । ଫାଣ୍ଡି ଗେଟ୍ ରେ ତାଲା ଝୁଲିବା ନେଇ ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲୀକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କୋଭିଡ୍ ଯୋଗୁଁ ଫାଣ୍ଡି ଗେଟ୍ ରେ ତାଲା ପଡିବା ନିର୍ଦେଶ ରହିଅଛି । କାରଣ କରୋନା ସଂକ୍ରମିତ ଙ୍କ ସହ ବହୁଲୋକ ଏକ କାଳୀନ ଫାଣ୍ଡି ଭିତରେ ପଶିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । ତେଣୁ ଫାଣ୍ଡିରେ ରାତି ସାରା ଗେଟ୍ ରେ ତାଲା ଝୁଲୁଛି ହେଲେ ପାଣ୍ଡି ପଛପଟେ ଗଳାବାଟ ରହିଛି । କିନ୍ତୁ ଜନସାଧାରଣ ରେ ପ୍ରଶ୍ନ ଗଡବାଣିକିଲୋ ଆଦି ଅଂଚଳ ରୁ ରାତ୍ରୀ ରେ ଅସୁବିଧା ପଡିଥିବା ବ୍ୟକ୍ତି କିମ୍ବା ୫୭ ନଂ ଜାତୀୟ ରାଜପଥ ଦୂରଦୁରାନ୍ତ ରୁ ଆସୁଥିବା ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ଗଳାବାଟ ଜାଣିବ କିପରି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.