Home ଓଡ଼ିଶା ଟୀକା ପଞ୍ଜୀକରଣ ମନା କରିବା ଯୋଗୁଁ ରଣପୁର ଏନ୍‌.ଏ.ସି. ରେ ତାଲା

ଟୀକା ପଞ୍ଜୀକରଣ ମନା କରିବା ଯୋଗୁଁ ରଣପୁର ଏନ୍‌.ଏ.ସି. ରେ ତାଲା

78

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୬- ରାଜ୍ୟ ସରକାର ଓ କେନ୍ଦ୍ର ସରକାର କରୋନା ତୃତୀୟ ଲହର ଆସୁଥିବା ଯୋଗୁଁ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡିଛି । ସେଥିପାଇଁ ଟୀକା କରଣ କୁ ପ୍ରାଧାନ୍ୟ ଦିଆଯାଉଛି । ୧୮ ବର୍ଷ ରୁ ୪୫ ବର୍ଷ ବ୍ୟକ୍ତି ମାନଙ୍କୁ ଟୀକା କରଣ ପାଇଁ ବ୍ୟାପକ ପ୍ରଚାର କରାଯାଥିବା ବେଳେ ରଣପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦ ରେ ଟୀକା ଦିଆଯାଉନଥିବାରୁ ଘୋର ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ଏକ ଅପ୍ରିତିକର ପରିସ୍ଥିତି ଜୁନ୍ ୨୧ ତାରିଖ ଦିନ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ରେ ଦେଖିବାକୁ ମିଳିଥିଲା । ଯୁବ ଆଇନିଜୀବି ପ୍ରିୟବ୍ରତ ପ୍ରହରାଜ ଓ ଉମେଶ ରଞ୍ଜନ ସାହୁ ଟୀକା ନେବା ପାଇଁ ପଞ୍ଜୀକରଣ କରିବାକୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କୁ ଯାଇଥିଲେ । ପଞ୍ଜୀକରଣ କରୁଥିବା କର୍ମଚାରୀ ଟୋକନ୍ ନାହିଁ କହି ସେମାନଙ୍କୁ ଫେରାଇଥିଲେ । ଯାହାଫଳରେ ଓକିଲ ବନ୍ଧୁ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହାକୁ ନେଇ ରଣପୁର ଓକିଲ ସଂଘର ସର୍ମ୍ପାଦକ ସତ୍ୟ ରଞ୍ଜନ ମତା , ସୁବାଷ ବେହେରା , ସୁଶାନ୍ତ ଦାସ , ନରେନ୍ଦ୍ର ପ୍ରଧାନ , ଲିତାଞ୍ଜଳି ସାହୁ ଆଦି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ପହଂଚିଥିଲେ ।

ସେଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବା ଦେଖି ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇଥିଲେ  । ପ୍ରାୟ ୨ଘଣ୍ଟାରୁ ଉର୍ଦ୍ଧ ତାଲା ପଡିଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଭୂବନେଶ୍ୱର ରେ ଏକ ମିଟିଙ୍ଗ୍ ରେ ବ୍ୟସ୍ତ ଥିବାରୁ ଆସିପାରି ନଥିଲେ । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବୈଦ୍ୟନାଥ ନନ୍ଦ ଘଟଣାସ୍ଥଳ ରେ ପହଂଚି ଓକିଲ ମାନଙ୍କୁ ବୁଝା ସୁଝା କରିବା ସହ ଜୁନ୍ ୨୨ ତାରିଖରେ ୧୮ ରୁ ୪୫ ବର୍ଷ ଓକିଲ ମାନଙ୍କୁ ଟୀକା କରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଓକିଲ ମାନେ ଶାନ୍ତ ହୋଇ ତାଲା ଖୋଲିଥିଲେ । ଯାହାଫଳରେ ଅଫିସ୍ କାର୍ଯ୍ୟ ସୂଚାର ରୂପେ ଚାଲିଥିଲା । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୋର ଅନୁପସ୍ଥିତି ରେ ସାମାନ୍ୟ କଥା କୁ ନେଇ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସମସ୍ୟାର ଆପସ ସମାଧାନ ହୋଇ ଓକିଲ ମାନଙ୍କୁ ଟୀକା କରଣ କରାଯୀବ ବୋଲି ପ୍ରତିଶୃତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.