Home କଟକ କିଡ଼ନୀ ରୋଗ ରେ ପୀଡିତ ଜିତୁନ ଦାସଙ୍କୁ ସାମାଜିକ ସଂଗଠନ ର ସହାୟତା

କିଡ଼ନୀ ରୋଗ ରେ ପୀଡିତ ଜିତୁନ ଦାସଙ୍କୁ ସାମାଜିକ ସଂଗଠନ ର ସହାୟତା

105

ନିଶ୍ଚିନ୍ତକୋଇଲି  : ୨୧/୬ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଅଛନ୍ତି। ବର୍ତ୍ତମାନ ତାଙ୍କର ଦୁଇଟି ଯାକ କିଡିନି ଖରାପ ହୋଇଯାଇଛି। କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ ପ୍ରତିବନ୍ଧକ। ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ। ତାଙ୍କ ବାପା ଏବେ ବୟସର ଅପରାହ୍ନରେ ଉପନୀତ। ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନକରି ପରିବାର ପ୍ରତିପୋଷଣ କରୁଥିବା ଜିତୁନଙ୍କ ଦେହ ଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ। ଜିତୁନଙ୍କ ପରିବାର କହିଲେ ତାଙ୍କ ବାପା, ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି। ଜିତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ପ୍ରକାଶ କରିଛନ୍ତି। ତେବେ ଉପଯୁକ୍ତ ଚିକିତ୍ସା ପାଇଁ ସରକାର, ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟ ବ୍ୟକ୍ତି ସହାୟତା କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି। ପୂର୍ବରୁ   ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କରାଯାଇଥିଲା। କିଛି ସାମାଜିକ ସଂଗଠନ ରବିବାର ତାଙ୍କ ବାସଭବନ ମଣିଜଙ୍ଗ ପଞ୍ଚାୟତ ଓଡ଼ଖଣ୍ଡ ରେ ପହଁଚି ଜିତୁନଙ୍କୁ ସହାୟତାର ହାତ ବଢେଇଛନ୍ତି।ସାଲେପୁରର “ସେବା” ସ୍ବେଛାସେବୀ ସଂଗଠନ ତାଙ୍କ ପରିବାର କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି.ତାଙ୍କ ପିଲାମାନଙ୍କ ର ପାଠ ପଢ଼ା ବହି ସହିତ ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି।”ସେବା” ଅନୁଷ୍ଠାନ ର ଅଧ୍ୟକ୍ଷ ବିକାଶ ପ୍ରଧାନ, ସମ୍ପାଦକ ପର୍ଶୁରା ମ ଦୀକ୍ଷିତ, ଉପାଧ୍କ୍ଷ ସୁଭାଶିଷ ରାଉତ, ଅଭିଜିତ ସ୍ୱାଇଁ, ସୋମନାଥ ସାହୁ, ଗଣେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ.ଜିତୁନ ଙ୍କ ପରିବାର କୁ ସହାୟତା କରିବାକୁ ଓଡିଶା ତଥା ଓଡିଶା ବାହାର ସଂଗଠନ ମାନେ ଆଗେଇ ଆସିବାକୁ “ସେବା” ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.