Home ଜିଲ୍ଲା ପରିକ୍ରମା ଫଟୋ ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଆଙ୍କିଲେ ଚିତ୍ର

ଫଟୋ ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଆଙ୍କିଲେ ଚିତ୍ର

141

ସମ୍ବଲପୁର, ୨୮/୧୨ (ଓଡ଼ିଆ ପୁଅ) ସମ୍ବଲପୁର ଫୋଟୋ ଫିଲିକ୍ସ ପକ୍ଷରୁ ଆଜି ସିଟି ସେଂଟର ମଲ୍‌ଠାରେ ଆନ୍ତର୍ଜାତୀୟ ଫୋଟୋ ପ୍ରଦର୍ଶନୀ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏଥିରେ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲୋ ପର୍ବପର୍ବାଣୀ, ଫୁଲତୋଡ଼ା, ନଦୀ କୂଳ, ଆକାଶ ଆଦି ବିଷୟରେ ଚିତ୍ର ଅଙ୍କନ କରି ପୁରସ୍କୃତ ହୋଇଥିଲେ। ଫୋଟୋ ଫିଲିକ୍ସର ସଭାପତି ଅରବିନ୍ଦ ମିଶ୍ର, ସମ୍ପାଦକ ବିକାଶ ପାଲସାନିଆଙ୍କ ସହିତ ଆଶୀଷ ପ୍ରଧାନ, ଶିଶିର ପାଣିଗ୍ରାହୀ, ରଞ୍ଜୀତ ସାହୁ, ମୁକେଶ ପାଣିଗ୍ରାହୀ, ସତ୍ୟଜିତ ପଂଡ଼ା, ଅଶୋକ ପଟେଲ, ସୁବାସ ମେହେର, ବୈଭବ ବିରାଜ ହୋତା, ପ୍ରତ୍ୟୁଷ ପଂଡ଼ା, ନରେଶ ସିଂ ପ୍ରମୁଖ ଏହାକୁ ପରିଚାଲନା କରିଥିଲେ। ପରେ ବିଭିନ୍ନ ବର୍ଗରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଟାନ ଏବଂ ଏଚଡିଏଫସି ମ୍ୟୁଚୁଆଲ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.