Home ଜିଲ୍ଲା ପରିକ୍ରମା ପ୍ରେମ ପ୍ରତାରଣା ଘଟଣା; ଧରାହେଲେ ଅଭିଯୁକ୍ତ

ପ୍ରେମ ପ୍ରତାରଣା ଘଟଣା; ଧରାହେଲେ ଅଭିଯୁକ୍ତ

94

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଥାନା ନିଳୋକ ପଞ୍ଚାୟତର ଶାସକଦଳ ସମର୍ଥିତ ସରପଞ୍ଚଙ୍କ ପୁଅ ଦେବାଶିଷ ମହାନ୍ତି ଜନୈକ ଝିଅକୁ ଭଲ ପାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ବିବାହ କରିବାକୁ ଅମଙ୍ଗ ହେବାରୁ ଯୁବତୀ ଜଣଙ୍କ ପରିବାର ପକ୍ଷରୁ ବନ୍ତ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏପରିକି ପୀଡ଼ିତା ପରିବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ତେବେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଜାଣିବା ପରେ ବିଜେପି ପକ୍ଷରୁ ରାଜ୍ୟ ନେତୃବୃନ୍ଦ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ପୀଡ଼ିତ ପରିବାରଙ୍କୁ ଧରି ଥାନାରେ ଅଭିଯୁକ୍ତଙ୍କୁ ଗିରଫ ନିମନ୍ତେ ଦାବୀପତ୍ର ଦେଇଥିଲେ । ଏହି ଦାବୀପତ୍ରରେ ୧୦ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଗୁରୁବାର ବିଳମ୍ବିତ ରାତ୍ରୀରେ ବନ୍ତ ପୁଲିସ ଅଭିଯୁକ୍ତ ଦେବାଶିଷଙ୍କୁ ପୁରୀ ଜିଲ୍ଲା ନେମାଳରୁ ଗିରଫ କରାଯାଇ ଆଜି ସକାଳେ ଆଣିବା ପରେ କୋଭିଡ଼ ଟେଷ୍ଟ କରାଯାଇ କୋର୍ଟ ଚାଲଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.