Home ଜିଲ୍ଲା ପରିକ୍ରମା ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇଲା ଭଗତ ସେନା

ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇଲା ଭଗତ ସେନା

62

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାନ୍ଦିଆ ପଞ୍ଚାୟତ ବରପଦା କପାସିଆ ଗ୍ରାମର ବସନ୍ତ ବାରିକଙ୍କ ସ୍ତ୍ରୀ ଗାୟତ୍ରୀ କେନସର ରୋଗରେ ପିଡ଼ୀତ ଥାଇ ମୃତ୍ୟୁ ବରଣ କରିଛନ୍ତି । ଅଭାବୀ ପରିବାର ହୋଇଥିବାରୁ ତାଙ୍କର ଏକାଦଶାହ କ୍ରୀୟା ପାଇଁ ଅର୍ଥ ବାଧକ ସାଜିଥିଲା । ଏହି ଖବରପାଇ ଆଜି ଏହି ଅଭାବୀ ପରିବାରକୁ ଭଦ୍ରକର ଶହୀଦ ଭଗତସେନା ସଙ୍ଗଠନ ଭେଟି ସହାୟତାର ହାତ ବଢାଇଛି । ଭଗତସେନାର ନଳିନୀକାନ୍ତ ମହାନ୍ତି, ତପନ କୁମାର ପ୍ରଧାନ, ଭରତ ବାରିକ, ଜୀତେନ୍ଦ୍ର ବେହେରା ପ୍ରମୁଖ ଏହି ଅଭାବୀ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ଏହି ପରିବାରର ମୁଖ୍ୟ ପିତା ଆଜକୁ ୪ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ମାଆଙ୍କ ମୃତ୍ୟୁରେ ୧୫ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ସଂମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.