Home ଜିଲ୍ଲା ପରିକ୍ରମା ନଦୀ ଆଁ ରେ ଗାଁ : କୁଣ୍ଢୀ ଗର୍ଭରେ ଲୀନ ହେବ ରାଢ଼ଙ୍ଗ ମାଝୀସାହି

ନଦୀ ଆଁ ରେ ଗାଁ : କୁଣ୍ଢୀ ଗର୍ଭରେ ଲୀନ ହେବ ରାଢ଼ଙ୍ଗ ମାଝୀସାହି

99

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ବା ଅର୍ଥ ମଞ୍ଜୁର ହେଉନଥିବା କାରଣରୁ ବହୁ ଜରୁରୀ କାଳୀନ ଓ ଆବଶ୍ୟକ ଥିବା କାର୍ଯ୍ୟକୁ ଅଣଦେଖା କରାଯାଉଛି । ଫଳରେ ପ୍ରଭାବିତ ଜନସାଧାରଣ ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଜିଲାର ତିହିଡ଼ି ବ୍ଲକ ଅଧୀନ ଦୋଳସାହି ପଞ୍ଚାୟତ ରାଢ଼ଙ୍ଗ ମାଝୀସାହି ଗ୍ରାମ ନିକଟରେ କୁଣ୍ଢୀନଦୀ ପଥ ପରିବର୍ତ୍ତନ କରୁଥିବା କାରଣରୁ ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି । ଲୋକେ ଏହାକୁ ନେଇ ଚିନ୍ତାରେ ରହିଛନ୍ତି । ସେମାନଙ୍କର ଏହି ସମସ୍ୟାକୁ ମଧ୍ୟ ସ୍ଥାନୀୟ ସରପଞ୍ଚ ସ୍ୱୀକାର କରିଛନ୍ତି । ଏହି ଗ୍ରାମ ନିକଟରେ ନଦୀ ନିଜର ଗତିପଥ ବଦଳାଇ ପ୍ରାୟ ୩୦ ମିଟର ଗ୍ରାମ ଆଡ଼କୁ ମାଡ଼ି ଆସିଲାଣି । ନଦୀର ଅପରପାଶ୍ୱର୍ ପୋତି ହୋଇ ପଡ଼ୁଥିବା ବେଳେ ଗ୍ରାମ ପାଶ୍ୱର୍କୁ ନଦୀ ଖାଇଖାଇ ଚାଲିଛି । ବାମ ପାଶ୍ୱର୍ରେ ଥିବା ଗଛ ସବୁ ନଦୀରେ ଲିନ ହୋଇଗଲାଣି । ‘୧୫ ବର୍ଷ ତଳେ ଆମର ଯେଉଁଠାରେ ତୁଠ ଥିଲା ତାହା ଏବେ ନଦୀର ମଧ୍ର ଭାଗରେ’ ବୋଲି କହିଛନ୍ତି ଗ୍ରାମବାସୀ ଅର୍ଜୁନ ଗିରି । ନଦୀ କୂଳରେ ଅତିକ୍ରମ କରିଥିବା ରାସ୍ତା ଟି ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଫଳରେ ଏହି ଗ୍ରାମରେ ବସବାସ କରୁଥିବା ୩୦ ପରିବାର ଚିନ୍ତାଗ୍ରସ୍ତ ହୋଇ ରହିଛନ୍ତି । ଆଉ ଗୋଟିଏ ବନ୍ୟା ହେଲେ ରାସ୍ତାଟି ନଷ୍ଟ ହୋଇଯିବ । ଗ୍ରାମର ଅଧିକାଂଶ ଲୋକ ଚାଷୀ । ପରିବା ଚାଷ କରି ପରିବାର ଭରଣ ପୋଷଣ କରନ୍ତି । ସେମାନଙ୍କୁ ସୁରକ୍ଷିତ ରଖିବାକୁ ହେଲେ ନଦୀରେ ତୁରନ୍ତ ସୁରକ୍ଷା ପ୍ରାଚୀରର ଆବଶ୍ୟକତା ରହିଛି । ଏ ନେଇ ବହୁ ଅନୁରୋଧ କରାଗଲାଣି । ତଥାପି ଗ୍ରାମବାସୀଙ୍କର ଆକୁଳ ନିବେଦନ କେହି ଶୁଣିବାକୁ ନାହାନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ଦାବି କରିବାରେ ଲାଗିଛନ୍ତି । ଲୋକଙ୍କ ସହ ସେ ସ୍ୱର ମିଳାଉଛନ୍ତି । ଲାଭ କିଛି ହେଉନାହିଁ । ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ସରପଞ୍ଚ ମିନତୀଲତା ଦାସଙ୍କ ସହଯୋଗ କରାଯାଇଥିଲା । ‘ମାଝୀସାହି ନିକଟରେ କୁଣ୍ଢୀନଦୀରେ ସୁରକ୍ଷା ପ୍ରାଚୀର କରଯିବା ପାଇଁ ମୁଁ ଦାବି କରିଆସୁଛି । ଆପଣଙ୍କ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ପୁଣି ଥରେ ଦାବି କରୁଛି’ ବୋଲି ସେ କହିଛନ୍ତି । ଗ୍ରାମବାସୀଙ୍କ ଆଶଙ୍କା ଓ ସରପଞ୍ଚଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀ ତୁରନ୍ତ ବିହୀତ ପଦକ୍ଷେପ ନେଉ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.