Home ଅପରାଧ ପ୍ରେମିକା ସହ ଫେରାର ମାମଲାରେ ସମିତିସଭ୍ୟ ଜେଲ ଗଲେ

ପ୍ରେମିକା ସହ ଫେରାର ମାମଲାରେ ସମିତିସଭ୍ୟ ଜେଲ ଗଲେ

324

ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ କୋରାଇ ବ୍ଲକ ଜହ୍ନା ପଞ୍ଚାୟତର ଜହ୍ନା ସମିତିସଭ୍ୟ କ୍ଷିରୋଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ ତାକୁ ରଗଡିସ୍ଥ ଯାଜପୁରରୋଡ ଉପକାରାଗାରକୁ ପଠାଇଦିଆଯାଇଛି । ପ୍ରକାଶଯେ ସିମିତିସଭ୍ୟ ଶ୍ରୀ ଦାସଙ୍କ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଗତ ଦୁଇ ବର୍ଷ ହେବ ପ୍ରେମିକାକୁ ନେଇ ବାହାରେ ରହୁଥିବା ବେଳେ ଅଧିକାଂଶ ସମୟରେ ତାଙ୍କୁ ନିର୍ଯ୍ୟାତନା ଦିଅନ୍ତି । ଶେଷରେ କିଛି ଉପାୟ ନପାଇ ସେ ପାଣିକୋଇଲି ଥାନାରେ ଗତ ଜାନୁଆରୀ ମାସରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ୩୯/୨୦ ରୁଜ୍ଜୁ କରି ତଦନ୍ତ କରୁଥବା ବେଳେ କ୍ଷିରୋଦ ଫେରାର ହୋଇଥିଲା । ସେ ଫେରିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ଗିରଫ କରି ଦଫା ୪୯୮(ଏ), ୫୨୩, ୪୯୪, ୩୪ ଆଇପିସିରେ କୋର୍ଟ ଚାଲାଣ କରିଥିବା ତଦନ୍ତାଧିକାରୀ ଏଏସଆଇ ଅଭୟ କୁମାର ନାୟକଙ୍କ ସୁଚନା ଦେଇଛନ୍ତି । ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.