Home Coronavirus Outbreak କରୋନାଭାଇରସ୍ : ଭାରତରେ ଗୋଟିଏ ଦିନରେ ୬୩ ଟି ନୂଆ କେସ୍ – ଭାରତରେ ସମୁଦାୟ...

କରୋନାଭାଇରସ୍ : ଭାରତରେ ଗୋଟିଏ ଦିନରେ ୬୩ ଟି ନୂଆ କେସ୍ – ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୩୬ କୁ ବୃଦ୍ଧି

1736

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) କରୋନାଭାଇରସ୍ (COVID-19) ଏହି ଭୂତାଣୁ ସମଗ୍ର ବିଶ୍ୱରେ ୨୩୪, ୦୦୦ ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ମୃତ୍ୟୁ ସଂଖ୍ୟା ୧୦, ୦୦୦ ରୁ ଅଧିକ ହେଲାଣି। ଭାରତ ଗୋଟିଏ ଦିନରେ ୬୩ COVID-19 ମାମଲା ରେକର୍ଡ କରାଯାଇଛି। ଦେଶରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ମୋଟ ୨୩୬ ହୋଇଛି। ଶୁକ୍ରବାର ଦିନ ମୋଟ ୬୩ ଟି ମାମଲା ରୁଜୁ ହୋଇଥିବା ଆଇସିଏମଆର କହିଛି।

– ହିମାଚଳ ପ୍ରଦେଶରେ କରୋନାଭାଇରସର ପ୍ରଥମ ଦୁଇଟି ମାମଲାର ଖବର ମିଳିଛି।

– କେରଳରେ ଶୁକ୍ରବାର ଦିନ ୧୨ ଟି ନୂତନ ମାମଲା ଆସିଛି। ଯାହା ଫଳରେ ରାଜ୍ୟରେ ୪୦ ରୁ ଅଧିକ ସଂଖ୍ୟକ ସଂକ୍ରମିତ ହୋଇଛନ୍ତି।

– ଲକ୍ଷ୍ନୌରେ ବଲିଉଡ଼୍ ଗାୟିକା କନିକା କାପୁରଙ୍କର ଟେଷ୍ଟ ପଜିଟିବ୍ ଆସିବାପରେ ଉତ୍ତରପ୍ରଦେଶରେ ସଂକ୍ରମଣ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ସୂଚନାମତେ ଉତ୍ତରପ୍ରଦେଶର ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କନିକା, ଯେଉଁଠାରେ ଅନେକ ରାଜନୈତିକ ନେତା ମଧ୍ୟ ଉପସ୍ଥିତ ଥିଲେ। ଏ ଖବର ଆସିବା ପରେ ଅଧିକାଂଶ ରାଜନୈତିକ ନେତା ନିଜକୁ କ୍ୱାରେଣ୍ଚାଇନ କରିଛନ୍ତି। ଲକ୍ଷ୍ନୌ ଏବଂ ଏହାର ପଡୋଶୀ ସହର କାନପୁରକୁ ପରିମଳ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି।

ଭାରତରେ ଏପର୍ଯ୍ୟନ୍ତ ୨୩୬ ଜଣଙ୍କୁ କରୋନାଭାଇରସ୍ ସଂକ୍ରମିତ ହୋଇଛି ବୋଲି ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତ୍ୟୁ ସଂଖ୍ୟା ଚାରିରେ ପହଞ୍ଚିଛି।

ଦେଶରେ ମାମଲା ବୃଦ୍ଧି ପାଇବା ପରେ ଅନେକ ରାଜ୍ୟ ସରକାର ମେଟ୍ରୋ ସେବା, ଖାଦ୍ୟ ଆଉଟଲେଟ୍, ବାର୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ବନ୍ଦ କରିବା ସହିତ କଡା ନିୟମ ପ୍ରଣୟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ କହିଛନ୍ତି। ସକାଳ ୭ ଟାରୁ ୯ ଟା ମଧ୍ୟରେ ଲୋକଙ୍କୁ ଘରୁ ବାହାରକୁ ନଆସିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

– ସର୍ବଭାରତୀୟ ସ୍ତରରେ ଏହି ଭୂତାଣୁ ୨୩୪, ୦୦୦ ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୦, ୦୦୦ ରୁ ଅଧିକ ହେଲାଣି।

– ଇଟାଲୀରେ ହୋଇଥିବା ମୃତ୍ୟୁ ସଂଖ୍ୟା ଚୀନ୍‌କୁ ଅତିକ୍ରମ କରିଛି। ଇଟାଲିରେ ୩, ୪୦୫ ମୃତ୍ୟୁ ରେକର୍ଡ ହୋଇଛି। ଚୀନ୍ ତୁଳନାରେ ପ୍ରାୟ ୧୫୦ ଅଧିକ।

– କାଲିଫର୍ଣ୍ଣିଆ ଏହାର ୪୦ ନିୟୁତ ବାସିନ୍ଦାଙ୍କୁ ରାଷ୍ଟ୍ରବ୍ୟାପୀ ‘ଘରେ ରହିବା’ ପାଇଁ ଆଦେଶ ଜାରି କରିଛି।

– ୱାଶିଂଟନ୍, ଆମେରିକୀୟମାନଙ୍କୁ ଚେତାବନୀ ଦେଇଛି ଫେରି ଆସନ୍ତୁ ନଚେତ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦେଶରେ ରୁହନ୍ତୁ। ଦେଶରେ କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ୨୦୦ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.