Home ଓଡ଼ିଶା ପ୍ରେମରେ ଅସଫଳ ହେବାରୁ ଯୁବକଙ୍କ ଆତ୍ମ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି

ପ୍ରେମରେ ଅସଫଳ ହେବାରୁ ଯୁବକଙ୍କ ଆତ୍ମ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି

101

ଗୋପ ୨୫-୧୨ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ଗୋପ ବ୍ଲକ ଛକ କୁଶଭଦ୍ରା ନଦୀ ପଠାରେ ଥିବା ଏକ ବରଗଛରେ ରସି ଲଗାଇ ଆତ୍ମ ହତ୍ୟା ଉଦ୍ୟମ କରୁ ଥିବା ସମୟରେ ଗଛରୁ ପଡି ଗୁରୁତର ହୋଇ ଜଣେ ଯୁବକ ଗୋପ ମେଡିକାଲରେ ଭର୍ତ୍ତି ହୋଇଛନ୍ତି

ସୂଚନା ଅନୁସାରେ ପ୍ରେମ ଜନିତ ଘଟଣାକୁ ନେଇ ଗୋପ ଥାନା ଅନ୍ତର୍ଗତ ପୋଇତାର ଗ୍ରାମର ରାମକୃଷ୍ଣ ଜେନା ପ୍ରେମରେ ଅସଫଳ ହୋଇ ଏପରି କାଣ୍ଡ ବିହାଇଥିବା ଜଣା ପଡ଼ିଛି। ଗୋପ ବ୍ଲକ ନିକଟ କୁଶଭଦ୍ରା ନଦୀ ପଠାରେ ଥିବା ଏକ ବରଗଛରେ ବେକରେ ରଶୀ ଲଗାଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ରସିଟି ଛିଡି ଯିବାରୁ ୫୦ ଫୁଟ ଉପରୁ ପଡି ଯୁବକଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିଲା। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ। ଗୋପ ମେଡିକାଲରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକତ୍ସା ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରଯାଇଥିବା ଡାକ୍ତର ଶିବ ପ୍ରସାଦ ମଙ୍ଗରାଜ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.