Home ଓଡ଼ିଶା ସାରଙ୍ଗଧରପୁର ଉଚ୍ଚ ବିଦ୍ୟାଳୟ ରେ ୫ ମହାପୁରୁଷ ଙ୍କ ପ୍ରତିମୁର୍ତି ଉନ୍ମୋଚନ

ସାରଙ୍ଗଧରପୁର ଉଚ୍ଚ ବିଦ୍ୟାଳୟ ରେ ୫ ମହାପୁରୁଷ ଙ୍କ ପ୍ରତିମୁର୍ତି ଉନ୍ମୋଚନ

34

ନୟାଗଡ/୦୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ପୂଜ୍ୟ ପୂଜା କୁ ପ୍ରାଧାନ୍ୟ ଦେବାକୁ ଯାଇ ମହାପୁରୁଷ ମାନଙ୍କର ପ୍ରତିମୁର୍ତି ଉନ୍ମୋଚନ କରାଯାଉଅଛି । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ସାରଙ୍ଗଧରପୁର ଉଚ୍ଚ ବିଦ୍ୟାଳୟ ଠାରେ ମାର୍ଚ୍ଚ ୭ ତାରିଖ ଦିବା ୧୦ ଘଟିକା ସମୟରେ ୫ ମହାପୁରୁଷ ଙ୍କ ପ୍ରତିମୁର୍ତି ଉନ୍ମୋଚନ କରାଯାଇଅଛି । ମହାପୁରୁଷ ଭାବରେ ଉତ୍କଳ ଗୈାରବ ମଧୁସୂଦନ ଦାସ , ଉତ୍କଳମଣି ଗୋପବନ୍ଧୁ ଦାସ , ନେତାଜୀ ସୁବାଷ ବୋଷ , ପଠାଣି ସାମନ୍ତ  ଓ ଉତ୍କଳ ଘଣ୍ଟ ଯଦୁମଣି ଙ୍କ ପ୍ରତିମୁର୍ତି ସ୍ଥାନ ପାଇଅଛି ।

ଏହି ଅବସର ରେ ଉତ୍କଳ ସ୍ୱାଭିମାନ ମଂଚ ର ରାଧାକାନ୍ତ ଦାସ , ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି , ପୁରୀ ଶିକ୍ଷକ ତାଲିମ ମହା ବିଦ୍ୟାଳୟ ର ଅଧକ୍ଷ ଚଣ୍ଡେଶ୍ୱର ମହାପାତ୍ର , ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ , ସାରଙ୍ଗଧରପୁର ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ଓ ଅନ୍ୟ ପୁର୍ବତନ ଶିକ୍ଷକ ଶିକ୍ଷୟତ୍ରୀ  ମାନେ ଯୋଗ  ଦେଇଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମହାପୁରୁଷ ମାନଙ୍କର ସ୍ମୃତି ଗାଥାର ଏକ ସଭା ଅନୁଷ୍ଠିତ ହୋଇଥିଲା । ଏକ ସୁସ୍ଥ ସମୃଦ୍ଧ ଓଡିଶା ଗଠନ ରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସହ ଅନ୍ୟ ମହାପୁରୁଷ ମାନଙ୍କର ଅବଦାନ କୁ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.