Home ଓଡ଼ିଶା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

129

ଭୁବନେଶ୍ଵର,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦିଲ୍ଲୀପ କୁମାର ପଣ୍ଡାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏନେଇ ମଞ୍ଜୁରି ମଧ୍ୟ ଦେଇ ସାରିଛନ୍ତି । ରାଜ୍ୟରେ ଏବେ ବିଜେପୁର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ, କିଏ ହେବ କଂଗ୍ରେସ ପ୍ରାର୍ଥୀ ? ଏହି ଚର୍ଚ୍ଚାରେ ପୁର୍ଣ୍ଣଛେଦ୍‌ ଟାଣିଛି କଂଗ୍ରେସ । ତେବେ ରାଜ୍ୟରେ ତିନୋଟି ଯାକ ପ୍ରମୁଖ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିସାରିଥିବା ବେଳେ କଂଗ୍ରେସ ସର୍ବ ପ୍ରଥମେ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ହତବାକ୍‌ କରି ଚୁପ୍‌ କରିଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.