Home କେନ୍ଦୁଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରକୁ ମିଳିଲା କାୟାକଳ୍ପ ପୁରସ୍କାର

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରକୁ ମିଳିଲା କାୟାକଳ୍ପ ପୁରସ୍କାର

149

ହାଟଡ଼ିହି, ୧୧ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମୁଗୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ତେନ୍ତୁଲିନଣ୍ଡା ଓ ସମଣା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୦/୨୧ଆରô୍ଥକ ବର୍ଷ ନିମନ୍ତେ ଗତ ଡିସେମ୍ବର ମାସରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତ ମାନର ରୋଗୀସେବା, ସ୍ୱଚ୍ଛତା, ବର‌୍ୟ୍ୟବସ୍ତୁର ସଠିକ ପରିଚାଳନା, ଉତ୍ତମ ପରିବେଶ ଓ ବ୍ୟବହାର, ଆଦି ମୁଲ୍ୟାୟନ କରାଯାଇଥିଲା । ଉଲେଖଯୋଗ୍ୟ ଯେ ତେନ୍ତୁଲିନଣ୍ଡା ସ୍ୱାସ୍ଥ୍ୟଉପକେନ୍ଦ୍ର ଜିଲ୍ଲାରେ ସର୍ବାଧିକ ମାର୍କ ପାଇ ପ୍ରଥମସ୍ଥାନ ହାସଲ କରିଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମଥର ପାଇଁ ଏହି ପୁରସ୍କାର ହାସଲ କରିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ର ମାନଙ୍କରେ କାର‌୍ୟ୍ୟରତ ସମସ୍ତ ଡାକ୍ତର, କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗୀକୃତ ସେବା ମନୋବୃତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.