Home କେନ୍ଦୁଝର ଟ୍ରକ ଧକ୍କାରେ ଡ୍ରାଇଭର ମୃତ

ଟ୍ରକ ଧକ୍କାରେ ଡ୍ରାଇଭର ମୃତ

68

ହାଟଡ଼ିହି, ୧୧ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ବାଲି ପାଇଁ ଯାଉଥିବା ଏକ ଟ୍ରକ ଧକ୍କାରେ ଅନ୍ୟ ଏକ ଟ୍ରକର ଚାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଭୋର ସମୟରେ ବନ୍ତ ଅଞ୍ଚଞ୍ଚଳର ଏକ ଟ୍ରକ ବାଲିପାଇଁ ଆସିଥିଲା । ଟୁକୁଣା ଆମ୍ବୋ ରାସ୍ତାରେ କୌଣସି କାରଣରୁ ଗାଡି ଚାଳକ ସୟଦ ସାହାଜାନ ଗାଡିରୁ ଓହ୍ଲାଇ ତଳକୁ ଆସିଥିବାବେଳେ ସମ୍ମୁଖରେ ଥିବା ଟ୍ରକଟି ହଠାତ ବ୍ୟାକ କରିଦେବାରୁ ବାମପଟେ ଠିଆ ହୋଇଥିବା ସାହାଜାନଙ୍କୁ ଧକ୍କା ଦେଇ ତାଙ୍କ ଗୋଡରେ ଚଢ଼ିଯାଇଥିଲା । ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ପୋଷ୍ଟମଟମ କରି ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.