Home ଜିଲ୍ଲା ପରିକ୍ରମା ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ

ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ

9

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୭୫ତମ ପ୍ରତିଷ୍ଠା ଦିବସ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପାଳିତ ହୋଇଯାଇଛି । କୋବିଡ଼ – ୧୯ର ନିୟମାନୁଯାୟୀ ସର୍ବ ପ୍ରଥମେ ସଂଗଠନର ପତାକାକୁ ସ୍ଥାନୀୟ ଶହୀଦ୍ ସ୍ମୃତି ଭବନ ପ୍ରାଙ୍ଗଣରେ ଉତ୍ତୋଳନ କରାଯାଇଛି । ଏହାକୁ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ମଲ୍ଲିକ ପତାକା ଉତ୍ତୋଳନ କରିଥିଲେ । ପରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।୧୯୪୬ ମସିହା ଜାନୁଆରୀ ୭ ତାରିଖରେ ଏହି ମହାନ୍ ସଂଗଠନର ଜନ୍ମ ନେଇଥିଲା । ଯାହାର ପ୍ରତିଷ୍ଠାତା ସଭାପତି ଥିଲେ, ଭଦ୍ରକ ମାଟିର ଗର୍ବ ଓ ଗୌରବ ଚିର ସ୍ମରଣୀୟ ସୁଯୋଗ୍ୟ ସନ୍ତାନ ଡଃ ହରେକୃଷ୍ଣ ମହତାବ । ଏହି ମହାନ ସବ୍‌ବୃହତ୍ ଓ ସର୍ବପୁରାତନ ସଂଗଠନ, ଯାହାକି ଓଡ଼ିଶା ସରକାରଙ୍କର ସ୍ୱୀକୃତିପ୍ରାପ୍ତ ଅଟେ । ଏହା ପରେ ସଂଗଠନର ଉପଦେଷ୍ଟା ସୁରେନ୍ଦ୍ର କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଜିଲ୍ଲ୍ଲାର ଅନ୍ୟତମ ଉପଦେଷ୍ଟା ବାବୁଲା ରାଉତ, ଓଷ୍ଟାର ରାଜ୍ୟ ଉପସଭାନେତ୍ରୀ ସୁରଜିତା ନାୟକ, ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ, ସଂଗଠନର ଜିଲ୍ଳା ସମ୍ପାଦକ ମନୋରଂଜନ ନାୟକ, ଭଦ୍ରକ ବ୍ଲକ ସଭାପତି ଭାଷ୍କର ନାୟକ, ସଂଗଠନ ସମ୍ପାଦକ କୃପାସିନ୍ଧୁ ବାରିକ, ଅକ୍ଷୟ କୁମାର ବାରିକ, ବାସନ୍ତୀ ପଣ୍ଡା ଆଦି ବକ୍ତବ୍ୟ ରଖି ସଂଗଠନ ସୁଦୃଢ ରହିଲେ ଶିକ୍ଷା ବ୍ୟବସ୍ଥା ତଥା ଶିକ୍ଷକମାନଙ୍କର ସମ୍ମାନ ଓ ଅଧିକାର ସୁଦୃଢ ହେବ । ସମସ୍ତଙ୍କ ମଧ୍ୟରେ ଏକତା ରହିଲେ ଶିକ୍ଷାର ଓ ଶିକ୍ଷକଙ୍କର ମାନ ସୁଦୃଢ ହୋଇ ପାରିବ । ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଐକ୍ୟବଦ୍ଧତାର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ମଧ୍ୟରେ ମିନତୀ ନାୟକ, ସଂଘମିତ୍ରା ବନ୍ଧ, ମାନସୀ ହୋତା, ସସ୍ମିତା ଦାଶ, ରଶ୍ମିରେଖା ପରମାଣିକ, ଶେଖ୍ ଅବଦୁର ରବ୍‌, ମନୋଜ ଦାସ, ସନ୍ତୋଷ ଲେଙ୍କା, ରମାକାନ୍ତ ଦାସ, ରଘୁନାଥ ସାନ୍ତରା, ଧର୍ମେନ୍ଦ୍ର ନାରାୟଣ ଜେନା ପରିଚାଳନା କରିଥିଲେ । ଶେଷରେ ସଂଘର କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.