Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାଲଟିଛି ମରଣ ଯନ୍ତା, ମରାମତି ପାଇଁ ଦାବି

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାଲଟିଛି ମରଣ ଯନ୍ତା, ମରାମତି ପାଇଁ ଦାବି

26

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ସର୍ବସାଧାରଣ ଯାତ୍ରୀ ଙ୍କର ସୁଖପ୍ରଦ ଯାତାୟତ ପାଇଁ ରାସ୍ତାକୁ ମୁଖ୍ୟଭାବେ ଗ୍ରହଣ କରି କୋଟିକୋଟି ଟଙ୍କାଖର୍ଚ୍ଚ କର ବିଭିନ୍ନ ରାସ୍ତା ନିର୍ମାଣ କରିଛନ୍ତି ।ବିଭିନ୍ନ ସ୍ଥାନକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନାର ଉଦ୍ଦେଶ୍ୟ ସୁଫଳ ହେଉନି । ଏହି ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ରାସ୍ତା ମରାମତି ଅଭାବରୁ ଆଜି ଯାତାୟତ ଅନୁପଯୋଗୀ ହୋଇପଡ଼ିଛି । ଏହି ଯୋଜନା ରେ ଅର୍ନ୍ତଭୁକ୍ତ ହୋଇ ଥିବା ଗୋପିନାଥ ପୁର ପଂଚାୟତ ଅଧିନସ୍ତ କାଣ୍ଡବା ଠାରୁ ଇଟୁଆ ଭାୟା ବାଲିପୋଖରୀ ପର୍ଯ୍ୟନ୍ତ ୧୦କିମି ରାସ୍ତା ନିର୍ମାଣ ହୋଇଥିଲା । ହେଲେ ତାହା ନିର୍ମାଣ ହେବାପରେ ତାହା ମରାମତି ଅଭାବ ସହ ଟ୍ରାକଟର ଓ ଟ୍ରକ ବହୁସମୟରେ ଚଳପ୍ରଚଳ ଫଳରେ ସେଥିରେ ଖାଲଖମାରେ ପରିଣତ ହୋଇଛି ।ଫଳରେ ନିରାପଦ ଯାତ୍ରାରେ ନାନା ବିଧ ସମସ୍ୟା ଦେଖାଯାଇଛି । ଉକ୍ତ ରାସ୍ତା ଉପରେ ଦୈନଦିନ କାଣ୍ଡବା, ଅମରସିଂପୁର, ସାହୁପଡ଼ା, ତୁଳସୀପୁର, ଗୋପିନାଥପୁର, ତାଜିପୁର, ଚକରାପାଢ଼ୀ,ବାଲିପୋଖରୀ ,ଇଟୁଆ ,ତେଲନଟି,ପାହାଡ଼ପୁର,ସନ୍ଦାଡ଼େ,ସାନ ସନ୍ଦାଡ଼େ ,ବଡ଼ ସାହୁପଡ଼ା ,ତୁଡ଼ିପଦା ,ଉଦୟପୁର ଆଦି ଗ୍ରାମରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବ୍ୟକ୍ତି ବିଶେଷ ମାନେ ଏହାକୁ ନିଜର ଦୈନଦିନ ଯାତାୟତରାସ୍ତା ଭାବେ ଗ୍ରହଣ କରନ୍ତି । ଉକ୍ତ ରାସ୍ତା ମଧ୍ୟ ପାଶ୍ୱର୍ବର୍ତ୍ତ ଜିଲା ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନକୁ ସଂଯୋଗ କରିଛି । ସରକାରଙ୍କ ଆଡ଼ି ର୍ବିଭାଗ ପକ୍ଷରୁ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଉକ୍ତ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ଏହାର ମରାମତି ହୋଇଥିଲେ ମଧ୍ୟ ଉକ୍ତ ରାସ୍ତାରେ ପିଚୁଉଠି ତାହା ବହୁ ଖାଲ ଖମାରେ ପରିଣତ ହୋଇ ଯଥାପୂର୍ବତଥାପରଂପରି ହୋଇଯାଇଛି । ଉକ୍ତରାସ୍ତା ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଉକ୍ତ ରାସ୍ତାରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଦୁଇ ଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଯାତାୟତ କରିଥାଏ ।ଏହାମଧ୍ୟ ଉକ୍ତ ଅଂଚଳପାଇଁ ମୁଖ୍ୟ ରାସ୍ତା ଥିବାରୁ ଉକ୍ତ ରାସ୍ତାକୁ ଉକ୍ତ ଅଂଚଳର ଗ୍ରାମବାସି ମାନେ ପ୍ରତିମୁହୁର୍ତ୍ତରେ ନିର୍ଭର କରନ୍ତି । ରାସ୍ତାର ଗୁରୁତ୍ୱ କୁ ଉପଲବଧି କରି ଏହାକୁ ଯଥାଶିଘ୍ର ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.