Home ଜିଲ୍ଲା ପରିକ୍ରମା ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ

ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ

85

ନବରଙ୍ଗପୁର ୧୯.୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ କରାଯାଇଥାଏ। ଆଜି ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ତା’ର ସଫଳ ମୁକାବିଲା କିପରି କରାଯାଇପାରିବ, ଆଶ୍ରୟସ୍ଥଳୀ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (Mockdrill) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ସଦରମହକୁମା ଠାରେ ଥିବା ବହୁମୂଖୀ ଆଶ୍ରୟସ୍ଥଳୀରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟର ଜିବନକୁ କିପରି ସୁରକ୍ଷିତ ରଖି ପାରିବେ, ତାର କୌଶଳ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଙ୍କୁ ବୁଝାଇଥିଲେ। ଅନ୍ୟ ପକ୍ଷରେ କୋରାପୁଟ ରୁ ଆସିଥିବା ଓଡ୍ରାଫ୍ ଟିମ୍ ନିଜ ସହିତ ଆଣିଥିବା ବିଭିନ୍ନ ସରଞ୍ଜାମ କୁ ପ୍ରଦର୍ଶନ କରିବା ସହିତ ତାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ସମୟରେ କେତେବେଳେ କେଉଁ କୌଶଳ ଅବଲମ୍ବନ କରିବେ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ତହସିଲଦାର ରବିନ୍ଦ୍ର ରାଉତ, ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ପୌରାଧ୍ୟକ୍ଷା ସୌମ୍ୟା ମହାପାତ୍ର ଙ୍କ ସମେତ ବିଭିନ୍ନ ୱାର୍ଡ ର କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ନର୍ସ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ଵେଚ୍ଛାସେବୀ ସଂଗଠନ, ନବରଙ୍ଗପୁର ପୌର ପରିଷଦ ର ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗ ର କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ, ଓଡ୍ରାଫ୍ ବାହିନୀର ଇନ୍ସପେକ୍ଟର ନିରଞ୍ଜନ ନନ୍ଦ, ହାବିଲଦାର ଗଣେଶ ସୋରେନ, ଜିତେନ କୁମାର ସାହୁ, ସୀତାରାମ ସେଠି, ତପନ ସ୍ୱାଇଁ, ମଙ୍ଗରାଜ ମାଳି ଙ୍କ ବ୍ୟତୀତ ଅନ୍ୟ କୋଡ଼ିଏ ଜଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.