Home ଓଡ଼ିଶା କନ୍ଧମାଳ ହଳଦୀ କ୍ୱିଣ୍ଟାଲ ୧୫୦୦୦ କରାଯାଉ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ହଳଦୀ ଚାଷୀଙ୍କ ତରଫରୁ...

କନ୍ଧମାଳ ହଳଦୀ କ୍ୱିଣ୍ଟାଲ ୧୫୦୦୦ କରାଯାଉ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ହଳଦୀ ଚାଷୀଙ୍କ ତରଫରୁ ଦାବି ପତ୍ର

314

ବାଲିଗୁଡା, ୧୨/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ହଳଦୀର ରହିଛି ସ୍ୱତନ୍ତ୍ର ଚାହିଦା। ଯାହାକୁ ଜିଆଇ ମାନ୍ୟତା ମିଳିଛି। ଏହା ସତ୍ତ୍ୱେ ହଳଦୀ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳୁନି। ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଯାହାଫଳରେ ନାନା ଅସୁବିଧା ଦେଇ ଗତି କରୁଛନ୍ତି ଜିଲ୍ଲାର ହଳଦୀ ଚାଷୀ। ତେଣୁ ହଳଦୀର ମୂଲ୍ୟ କ୍ୱିଣ୍ଟାଲ୍‌ ପିଛା ୧୫, ୦୦୦ ଟଙ୍କା କରିବାକୁ ଦାବି କରିଛନ୍ତି। ଏନେଇ ସମଗ୍ର ଜିଲ୍ଲାର ହଳଦୀ ଚାଷୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି’ଙ୍କୁ ପ୍ରଦାନ କରିଛନ୍ତି। କନ୍ଧମାଳ ହଳଦୀ କ୍ୱିଣ୍ଟାଲ୍‌ ପିଛା ୧୫, ୦୦୦ ଟଙ୍କା, ପ୍ରତି ବ୍ଲକରେ ଜଳ ସେଚନର ସୁବିଧା, ଶୀତଳ ଭଣ୍ଡାର ନିର୍ମାଣ, ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ୍‌ ଓ ହଳଦୀ ଗୁଣ୍ଡ କାରଖାନା ନିର୍ମାଣ କରିବାକୁ ଦାବି କରିଛନ୍ତି ଚାଷୀ। ଜିଲ୍ଲାର ଶତାଧିକ ଚାଷୀ ଓ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଏହି ଦାବି ନେଇ ଜିଲ୍ଲାପାଳ ବୃନ୍ଦା ଡି’ଙ୍କ ସହିତ ଆଲୋଚନା କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଚାଷୀମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ସରକାର ଶୀଘ୍ର ଦାବି ପୂରଣ ନକରନ୍ତି, ତାହା ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ହଳଦୀ ଚାଷୀମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.