Home କେନ୍ଦୁଝର ପ୍ରଶାସନର ନିର୍ଦ୍ଦେଶକୁ ମାନୁ ନାହାନ୍ତି ବାଲି ମାଫିଆ, ବେଆଇନି ଭାବେ ଚାଲିଛି ବାଲି ଉତ୍ତୋଳନ

ପ୍ରଶାସନର ନିର୍ଦ୍ଦେଶକୁ ମାନୁ ନାହାନ୍ତି ବାଲି ମାଫିଆ, ବେଆଇନି ଭାବେ ଚାଲିଛି ବାଲି ଉତ୍ତୋଳନ

26

ହାଟଡିହି- ୨୪ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡିମିରିଆ, ହାବଳେଶ୍ୱର ଓ ସମଣାରେ ବେ ଆଇନି ଭାବେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଛି । ହାବଳେଶ୍ୱର ଓ ଡିମିରିଆ ବାଲି ଉତ୍ସର ନିଲାମ ଅବଧି ସରିଯିବାପରେ ଏହାକୁ ପୁନଶ୍ଚ ଦୀର୍ଘ ମିଆଦି ସୁତ୍ରରେ ନିଲାମ କରାଯିବା ପାଇଁ ତହସିଲ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ନିଲାମ ଅବଧି ସରିଥିଲେ ମଧ୍ୟ ବାଲି ମାଫିଆ ମାନେ ନିୟମିତ ବାଲି ଉତ୍ତୋଳନ କରିଚାଲିଛନ୍ତି । ଏପରିକି ପ୍ରଶାସନ ପକ୍ଷରୁ ସେମାନଙ୍କୁ ବାରମ୍ବାର ସତର୍କ କରାଯିବା ସହ ବାଲିଗାଡି ଯିବା ଆସିବାପାଇଁ କରାଯାଇଥିବା ର‌୍ୟାମ୍ପ ଗୁଡିକୁ ମେସିନି ଦ୍ୱାରା କାଟି ଦିଆଯାଇଥିଲେ ମଧ୍ୟ ତାହାକୁ ମାଫିଆମାନେ ଖାତିର କରୁନାହାନ୍ତି । ମାଫିଆମାନେ ଏବେ ଦିନ ଦ୍ୱିପହରେ ବାଲି ଉତ୍ତୋଳନ କରିବାସହ ସରକାରଙ୍କ ଲକ୍ଷ ଲକ୍ଷ ଯଙ୍କାର ରାଜସ୍ୱ ହାନୀ ଘଟାଉଛନ୍ତି । ଗାଡି ଚାଳକମାନେ କାଳେ ବାଟରେ ଧରାପଡିଯିବେ ସେହି ଭୟରେ ସେମାନଙ୍କୁ ଜାଲ ରୟଲଟି ଦେଇ ଗାଡି ଚାଳକମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ସମଣା ଘାଟରୁ ପ୍ରତି ରାତିରେ ବେ ଆଇନି ଭାବେ ଟ୍ରାକ୍ଟର ଯୋଗେ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଉଛି । ତହସିଲ କର୍ତ୍ତୁପକ୍ଷ ଏନେଇ ଠୋସ ପଦକ୍ଷେପ ନେଇପାରୁ ନଥିବାରୁ ମାଫିଆ ମାନେ କାହାରିକୁ ଖାତିର କରୁନାହାନ୍ତି । ପ୍ରଶାସନ ତୁରନ୍ତ ଡିମିରିଆ ଓ ହାବଳେଶ୍ୱର ଘାଟରୁ ବେନିୟମ ଭାବେ ବାଲି ଉତ୍ତୋଳନ କରୁଥିବା ମେସିନି ଓ ହାଇୱା ଗାଡି ଗୁଡିକୁ ଜବଦ କରି ଘାଟ ବନ୍ଦ କରିବାକୁ ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.