Home କେନ୍ଦୁଝର ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁ ନାହାନ୍ତି କ୍ୟାନସର ପୀଡିତା ବୃଦ୍ଧା

ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁ ନାହାନ୍ତି କ୍ୟାନସର ପୀଡିତା ବୃଦ୍ଧା

38

ହାଟଡିହି-୨୪/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଇଶଳା ଗ୍ରାମର ବାବାଜି ଶଙ୍ଖୁଆଙ୍କ ପତ୍ନୀ ଉତ୍ତମ ଶଙ୍ଖୁଆ(୬୨) ଆଜକୁ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ହୋଇ ଘରେ ପଡି ରହିଛନ୍ତି । ଅଧିକ ଚିକିତ୍ସା ପାଇଁ ପାଖରେ କୌଣସି ସମ୍ବଳ ନଥିବାରୁ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇପାରୁ ନାହାନ୍ତି । ପ୍ରାଥମିକ ପରୀକ୍ଷାରୁ ଜିଭରେ କ୍ୟାନସର ହୋଇଥିବା ଜଣାପଡିବା ପରେ ପରିବାର ଲୋକ ଡାକ୍ତରଖାନାକୁ ନେଇ ଅନେକ ଅର୍ଥସାରି ନୟାନ୍ତ ହୋଇ ପଡିଛନ୍ତି । ଉତ୍ତମ ଏବେ ଠିକଭାବେ ଖିଆପିଆ ମଧ୍ୟ କରିପାରୁ ନାହାନ୍ତି । ତାଙ୍କ ପରିବାର ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ପାଖରେ ଅର୍ଥର ଘୋର ଅଭାବ ଥିବାରୁ ଉତ୍ତମ ଶଙ୍ଖୁଆଙ୍କୁ ଆଉ ଡାକ୍ତରଖାନା ନେଇପାରୁ ନାହାନ୍ତି । ଯଦି କେହି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାନ୍ତେ ତେବେ ଉତ୍ତମଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀମାନେ ନିବେଦନ କରିଚନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.