Home କେନ୍ଦୁଝର କୁକୁଡା ନିଶାପ ହତ୍ୟା ଘଟଣାକୁ ୪ଦିନ ବିତିଲା, ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ

କୁକୁଡା ନିଶାପ ହତ୍ୟା ଘଟଣାକୁ ୪ଦିନ ବିତିଲା, ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ

61

ହାଟଡିହି-୨୪/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ ସାମାନ୍ୟ କୁକୁଡା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଆନନ୍ଦ ନାୟକ ମାନଙ୍କ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ ଘଟଣାକୁ ୪ଦିନ ବିତି ଯାଇଥିଲେ ମଧ୍ୟ ନନ୍ଦିପଦା ପୁଲିସ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନି । ଜୈନିକ ବ୍ୟକ୍ତିଙ୍କ ବାଡିରେ କୁକୁଡା ପସିବାକୁ ନେଇ ଭତ ୨୦ତାରିଖ ରାତିରେ ଗାଁରେ ବୈଠକ ବସିଥିବାବେଳେ ବାବନ ବେହେରା ଓ ଆନନ୍ଦ ନାୟକଙ୍କ ମଧ୍ୟରେ ବଚସା ହେବାରୁ ଉଭୟ ପରିବାର ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ଆନନ୍ଦଙ୍କ ମୃତ୍ୟୁ ଘଟିଥିଲା । ଆନନ୍ଦଙ୍କ ପତ୍ନୀ ମଞ୍ଜୁଲତା ନାୟକ ତାଙ୍କ ସ୍ୱାମୀକୁ ବିଜନ ବେହେରା, ବାମନ ବେହେରା, ବିକନ ବେହେରା, ଉମାକାନ୍ତ ଖଣ୍ଡେଇ, ସୁକାନ୍ତ ନାୟକ ପ୍ରମୁଖ ମିଶି ପିଟି ପିଟି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଥାନା କେସନଂ୧୫୧/୨୦ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୨୧ତାରିଖ ଦିନ ଗ୍ରାମବାସୀମାନେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଶବରଖି ରାସ୍ତା ଅବରୋଧ ମଧ୍ୟ କରିଥିଲେ । ସେତେବେଳେ ପୁଲିସ ଅଳ୍ପ କିଛିଦିନ ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗିରଫ କରିପାରୁ ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.