Home ଅପରାଧ ପ୍ରଶାସନର ନିରବତା, ମାସ୍କ ଓ ସାମାଜିକ ଦୁରତାକୁ ଫୁ, ବେଧଡକ ଚାଲିଛି ଫୁଟବଲ ପ୍ରତିଯୋଗିତା

ପ୍ରଶାସନର ନିରବତା, ମାସ୍କ ଓ ସାମାଜିକ ଦୁରତାକୁ ଫୁ, ବେଧଡକ ଚାଲିଛି ଫୁଟବଲ ପ୍ରତିଯୋଗିତା

83

ହରିଚନ୍ଦନପୁର,ତା ୨୭ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟତଃ ପ୍ରତ୍ୟେକ ଦିନ କୋଭିଡ ପଜେଟିଭ ଚିହ୍ନଟ ହେଉଥିବାକୁ ନେଇ ଏଠାକାର ଅଧିକାଂଶ ଲୋକ ଭୟଭୀତ ଅବସ୍ଥାରେ ରହୁଥିବା ନଜିର ରହିଛି । ହେଲେ ଆଜିକାର ଯୁବପିଢୀ ସରକାରଙ୍କ ବିଭିନ୍ନ ସଚେତନତା ଓ କଟକଣାକୁ ଭୁଲି ଯାଇ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ୪ଦିନ ଧରି ଚାଲିଛି ଫୁଟବଲ୍ ପ୍ରତିଯୋଗିତା (ଟୁର୍ଣ୍ଣାମେଣ୍ଟ) । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିଚନ୍ଦନପୁର ବ୍ଲକ ଚେୟାରମ୍ୟାନ ଯୋଗ ଦେଇଥିବା ଜଣାପଡିଛି । ପ୍ରଶାସନର ନିରବତାକୁ ନେଇ ଗତ ସୋମବାର ଠାରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡ଼ ସିଆଡିମାଳ ଠାରେ ଜନଜାଗରଣ କ୍ଲବ କମଳାଙ୍ଗି ଓ ମହାବୀରା ୟୁଥ୍ କ୍ଲବ୍ ଆନୁକୁଲ୍ୟରେ ଆରମ୍ଭ ହୋଇଯାଇଛି ବାର୍ଷିକ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ୩୨ଟି ଦଳ ଭାଗ ନେଇଥିବା ବେଳେ କରୋନା କଟକଣାକୁ ବେଖାତିର କରି ସୋମବାର ଠାରୁ ଚାଲିଥିବା ଏହି ପ୍ରତିଯୋଗିତା ଆଜି ଶେଷ ହୋଇଛି । ଏହି ଖେଳ ଦେଖିବାକୁ ଶହଶହ ଲୋକଙ୍କ ଗହଳି ଜମିଥିବା ବେଳେ ମାସ୍କ ଓ ସାମାଜିକ ଦୂରତା ଏଠାରେ ଫୁ । କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ସେଥିରୁ ଆମ ଦେଶ ବାଦ ପଡ଼ିନାହିଁ । ମହାମାରୀ ଦାଉରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ଅନେକ କଟକଣା ଜାରି ରହିଥିବା ସତ୍ତ୍ବେ କାହା ଅନୁମତିରେ ଏହି ପ୍ରତିଯୋଗିତା ଚାଲିଛି ତାହାକୁ ନେଇ ଜନସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ଜନସାଧାରଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ତରଫରୁ ବହୁତ କଟକଣା ରହିଛି, ସେହି କଟକଣାକୁ ପ୍ରଥମତଃ ପୋଲିସ ପ୍ରଶାସନ ଅନୁସରଣ କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ । ହେଲେ ଏଠାରେ ପୋଲିସର ନିରବତାକୁ ନେଇ ସରକାରଙ୍କ କଟକଣା ଓ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ବେଧଡକ ୪ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଫୁଟବଲ୍ ପ୍ରତିଯୋଗିତା । ପ୍ରଶାସନର ଏହି ଭଳି ନିରବତାକୁ ନେଇ ଆଗାମୀ ଦିନରେ ଅନେକ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ଆଶଙ୍କା ସୃଷ୍ଟି ହୋଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.