Home ଜିଲ୍ଲା ପରିକ୍ରମା ଜୀବନ ବିନ୍ଦୁ ଅଭିଯାନରୁ ସଦର ସଂଯୋଜକଙ୍କ ଇସ୍ତଫା

ଜୀବନ ବିନ୍ଦୁ ଅଭିଯାନରୁ ସଦର ସଂଯୋଜକଙ୍କ ଇସ୍ତଫା

90

ବାଲେଶ୍ୱର, ୨୬ା୮(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ରକ୍ତର ଅଭାବ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଜୀବନ ବିନ୍ଦୁ ଅଭିଯାନର ସଦର ଶାଖା ସଂଯୋଜକ ସଲିମ ରାଜା ନିଜ ପଦବୀରୁ ଇସ୍ତଫା ଦେଇଥିବା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ଗତ କିଛିଦିନ ପୂର୍ବରୁ ନୂଆ ଭାବେ ନିଯୁକ୍ତ ହୋଇଥିବା ଜିଲ୍ଲା ସଂଯୋଜକଙ୍କର ତାଙ୍କ ପ୍ରତି ବଢ଼ି ଚାଲିଥିବା ସହିଷ୍ଣୁତା କାରଣରୁ ଏହି ସେବା ଅନୁଷ୍ଠାନରୁ ଦୂରେଇଯିବାକୁ ସେ ନିଷ୍ପତି ନେଇଥିବା ସ୍ପଷ୍ଟ କରିଛନ୍ତି। ପୂର୍ବ ଜିଲ୍ଲା ସଂଯୋଜକ ଆଶିଷ ଘୋଷଙ୍କ ସହ ସମନ୍ୱୟ ରକ୍ଷା କରି ସେ ବିଗତ ଦିନରେ ୧୦ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲା ରକ୍ତଭଣ୍ଡାରକୁ ଦେଇଛନ୍ତି। ଏମିତିକି କରୋନା ଭଳି ସଙ୍ଗୀନ ସ୍ଥିତିରେ ବି ସେ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ମାତ୍ର ନିକଟ ଅତୀତରେ ନିଯୁକ୍ତ ହୋଇଥିବା ଜିଲ୍ଲା ସଂଯୋଜକଙ୍କ ତାଙ୍କୁ ଅଣଦେଖା କରି ଚାଲିବା ତାଙ୍କ ସ୍ୱାଭିମାନକୁ ଆଘାତ ଦେଇଥିବା ସେ କହିଛନ୍ତି। ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ସେ ଜୀବନ ବିନ୍ଦୁ ଅଭିଯାନରେ ଯୋଡ଼ି ହୋଇଥିଲେ। ମାତ୍ର ଏଠାରେ ଏବେ ଆତ୍ମିୟତା କିମ୍ବା ଅନୁଶାସନର ଘୋର ଅଭାବ ଦେଖାଦେଇଥିବା ବେଳେ ସେ ବାଧ୍ୟ ହୋଇ ନିଜ ପଦବୀରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ତେବେ ଆଗାମୀ ଦିନରେ ପୂର୍ବଭଳି ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ହୋଇ ରହିବେ ଓ ଦଳର ଆଦର୍ଶ ତଥା ଅନୁଶାସନ ପ୍ରତି ଗୁରୁତ୍ୱ ଦେଇ ଦଳୀୟ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.