Home ଓଡ଼ିଶା ପ୍ରମୁଖ ସଚିବ ଆହାର କେନ୍ଦ୍ରରେ ଟିକେଟ କାଟି କଲେ ଭୋଜନ

ପ୍ରମୁଖ ସଚିବ ଆହାର କେନ୍ଦ୍ରରେ ଟିକେଟ କାଟି କଲେ ଭୋଜନ

192

ସମ୍ବଲପୁର, ୧୯/୧୨ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ଦାୟୀତ୍ୱରେ ଥିବା ବରିଷ୍ଟ ପ୍ରଶାସକ ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି ଶ୍ରୀନିବାସନ ଆଜି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗର ଯୋଜନା କାର୍ଯ୍ୟକାରୀତ ବାବଦରେ ସରଜମିନ ଅନୁଧ୍ୟାନ କରିଥିଲେ। ସେ ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମମତା ମିଶନ ଶକ୍ତି, ସମନ୍ୱିତ ଆଇସିଡ଼ିଏସ, ମଧୁବାବୁ ପେନସନ ଯୋଜନା ଭଳି ସାମାଜିକ ସୁରକ୍ଷା ସ୍କିମ, ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମ, ଗ୍ରାମୀଣ ବିଦ୍ୟୁତିକରଣ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଖାଦ୍ୟ ନିରାପତା, କ୍ଲଷ୍ଟର ଗଭୀର ନଳକୂପ, ନିରାମୟ, ପାନୀୟ ଜଳ ଯୋଗାଣ ପାଇଁ ଥିବା ବିଭିନ୍ନ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ସର୍ବ ଶିକ୍ଷା, ଛାତ୍ରାବାସ ବାବଦରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଏଗୁଡ଼ିକର ଅଗ୍ରଗତି ନେଇ ପଚାରୀ ବୁଝିଥିଲେ। ସମୀକ୍ଷା ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ସେ ଜିଲ୍ଲା ସଦର ହାସ୍ପାତାଲକୁ ଯାଇ ପରିଦର୍ଶନ କରିଥିଲେ। ମଧ୍ୟାହ୍ନରେ ସେ ଆହାର କେନ୍ଦ୍ରରୁ ଧାର୍ଯ୍ୟ ଟକେଟ ସଂଗ୍ରହ କରି ଜିଲ୍ଲାପାଳ ଶୁଭମ ସସ୍କେନା, ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଲିଂଗରାଜ ପଂଡ଼ା ପ୍ରମୁଖଙ୍କ ସହିତ ଭୋଜନ କରିଥିଲେ। ସେ ଏଠାରେ ସାଧାରଣ ଲୋକଙ୍କ ସହିତ ଯୋଗାଇ ଦିଆଯାଉଥିବା ସେବା ବାବଦରେ ପଚାରିବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.