Home କନ୍ଧମାଳ ଜାତୀୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ କ୍ରିକେଟ ଖେଳିବା ପାଇଁ ମନୋନୀତ

ଜାତୀୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ କ୍ରିକେଟ ଖେଳିବା ପାଇଁ ମନୋନୀତ

148

ବାଲିଗୁଡା, ୧୯/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଦିବାସୀ ଅଧୁସିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ଅଧ୍ୟୟନ ରତ ଛାତ୍ର ଏସ.ପ୍ରିୟାଂଶୁ ଜାତୀୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ କ୍ରିକେଟ ଖେଳିବା ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ତଥା ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି। ପ୍ରକାଶ ଯେ, ଜାନୁଆରୀ ମାସ ୩ତାରିଖରୁ ୮ତାରିଖ ପଯ୍ୟନ୍ତ ଡାମନ-ଡିଉ ଠାରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପଛରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ପ୍ରଧାନ, କ୍ରୀଡା ଶିକ୍ଷକ ବାଣୀ ଭୂଷଣ ବେହେରା, ଉପାଧ୍ୟକ୍ଷ ଯଶୋବନ୍ତ ନାରାୟଣ ବେହେରା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ପାତ୍ର ଏବଂ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରେରଣା ଓ ଆଶୀର୍ବାଦ ରହିଛି ବୋଲି ପ୍ରିୟାଂଶୁ ମତ ଦିଅନ୍ତି। ଏହି ସଫଳତା ପାଇବାରେ ସେ ବାଲିଗୁଡା ଉପଖଣ୍ଡ ରେ ପ୍ରଥମ ଏବଂ ସମଗ୍ର କନ୍ଧମାଳ ଜିଲ୍ଲାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ଆଗାମୀ ଦିନରେ ସେ ଜାତୀୟ ସ୍ତରର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିବାର ଲକ୍ଷ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.