Home ଜିଲ୍ଲା ପରିକ୍ରମା ପ୍ରଭୁ, ଜନତା ଓ ପୁଲିସ ଫଗୁଖେଳ ସହ ମୁନସୀ ମେଲଣ ଉଦ୍‌ଯାପିତ

ପ୍ରଭୁ, ଜନତା ଓ ପୁଲିସ ଫଗୁଖେଳ ସହ ମୁନସୀ ମେଲଣ ଉଦ୍‌ଯାପିତ

33

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ପରିସରରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ମୁନସୀ ମେଲଣ ଆଜି ସକାଳେ ଉଦ୍‌ଯାପିତ ହୋଇଯାଇଛି। ଥାନା ମେଲଣ ପଡିଆରେ ମଙ୍ଗଳବାର ରାତ୍ରରୁ ଆଖପାଖର ୪୫ ବିମାନରେ ପ୍ରଭୁ ଦୋଳଗୋବିନ୍ଦ ବିଜେ କରିଥିଲେ। ହାଟଡିହି, ଉତ୍ତରବାଡ, ଠାକୁରାଣୀସାହି, ଦକ୍ଷିଣବାଡ, ମନୋହରପୁର, ବାହାଦଲପୁର ବିମାନ ଶୋଭାଯାତ୍ରାରେ ଆସିଥିବା ବେଳେ କୋଳିପଦି, ତୁଳସୀପୁର, କହରାପୋଖରୀ, ଚନ୍ଦ୍ରଭାନୁପୁର, ମଠସାହି, ରେବୋ, କଣ୍ଟାପୋଖରୀ, ନୂଆପୋଖରୀ କୁସୁମା ଆଦି ଗ୍ରାମର ବିମାନରେ ପ୍ରଭୁ ଦୋଳଗୋବିନ୍ଦ ଥାନା ସମ୍ମୁଖରେ ଅପେକ୍ଷା କରିଥିଲେ। ମେଲଣ କମିଟି ପକ୍ଷରୁ ଗୁଆଦେଇ ନିମନ୍ତ୍ରଣ କରାଯିବା ପରେ ବିମାନଗୁଡିକ ଥାନା ପରିସର ମେଲଣ ପଡିଆକୁ ପ୍ରବେଶ କରିôତଲେ। ବିମାନରେ ଭୋଗଲାଗି ହେବା ପରେ ପ୍ରଭୁଙ୍କ ସହ ଭକ୍ତ ଜନସାଧାରଣ ଓ ପୁଲିସ ମିଳିତ ହୋଇ ଫଗୁ ଖେଳିଥିଲେ। ମେଲଣ କମିଟି ପକ୍ଷରୁ ବିମାନଗୁଡିକୁ ବିଦାୟ ଦିଆଯାଇ ମେଲଣ ଉଦଯାପନ ହୋଇଥିଲା। ଏହି ଉପଲକ୍ଷେ ମଙ୍ଗଳବାର ସନ୍ଧ୍ୟାରେ କାର୍ତ୍ତିକ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା, ସମାଜସେବୀ ବଦ୍ରୀନାରୟଣ ଧଳ, ରଜନୀକାନ୍ତ ଚନ୍ଦ, ବିଡିଓ ଦେବଦତ୍ତ ଦାଶ, ଥାନାଧିକାରୀ ଅମିତାଭ ଦାଶ, ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଯେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁନସୀ ମେଲଣର ଉତ୍ପତ୍ତି ଓ ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ଅତିଥି ପରିଚୟ ଓ ସରପଞ୍ଚ ଶ୍ରୀମତୀ ଯେନା ଧନ୍ୟବାଦ ଦେଇଥିଲେ। କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ସାଥିଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମେଡିଆନ ସତ୍ୟ ଉତ୍ସବରେ କମେଡି ପରିବେଷଣ କରିଥିଲେ। ମେଲଣ କମିଟି ଓ ଥାନା କର୍ମଚାରୀମାନେ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.