Home ଜିଲ୍ଲା ପରିକ୍ରମା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗାନ୍ଧୀ ବାଳାଶ୍ରମ ପରିଦର୍ଶନ

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗାନ୍ଧୀ ବାଳାଶ୍ରମ ପରିଦର୍ଶନ

15

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ସୂଚନା ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଆଜି ଭଦ୍ରକ ଗ୍ରସ୍ତରେ ଆସି ପ୍ରଥମେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ “ମୋ ସ୍କୁଲ” କାର୍ଯ୍ୟକ୍ରମରେ ୫ଟି ରୂପାନ୍ତରଣ କାର୍ଯ୍ୟ ନେଇ ବ୍ରହ୍ମପୁର ହାଇସ୍କୁଲ, ଇଚ୍ଛାପୁର ର ନିର୍ମାଣ ଜନିତ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଭଦ୍ରକ ବି.ଡ଼ି.ଓ. ମନୋଜ କୁମାର ବେହେରା, ବିଜ୍ଞାନ ସୁପରଭାଇଜର ସରୋଜ ପ୍ରଧାନ, ବ୍ରହ୍ମପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟୀତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସ୍କୁଲ ରୂପାନ୍ତରଣ ଶ୍ରେଣୀଗୃହ, ଶୌଚାଳୟ, ବିଜ୍ଞାନଗାର, ପାଠାଗାର, ପ୍ରାଚୀର, ଗେଟ୍ ଆଦିର ନିର୍ମାଣ କାର୍ଯ୍ୟ ଓ ହେବାକୁ ଥିବା ନୂତନ ପ୍ରକଳ୍ପ ସମ୍ବନ୍ଧରେ ପରିଦର୍ଶନ ଓ ସମୀକ୍ଷା କରିଥିଲେ। ପରେ ପରେ ଭଦ୍ରକ ଗାନ୍ଧୀବାଳାଶ୍ରମରେ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପ୍ରକଳ୍ପ ସମ୍ବନ୍ଧରେ ପରିଦର୍ଶନ ଓ ସମୀକ୍ଷା ପାଇଁ ସେଠାକୁ ଗସ୍ତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମିଶ୍ର, ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ନାୟକ ମଧ୍ୟ ତାଙ୍କ ସହ ସେଠାରେ ପହଞ୍ôଚ ଆଲୋଚନାରେ ଭାଗ ନେଇଥିଲେ। ଗାନ୍ଧୀ ବାଳାଶ୍ରମର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ହରେକୃଷ୍ଣ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାମାନେ ସ୍ଥାନ ପରିଦର୍ଶନ କରାଇଥିଲେ। ଶ୍ରୀଯୁକ୍ତ ପାଢ଼ୀ ବାଳାଶ୍ରମର ବିଦ୍ୟାଳୟ ପରିଚାଳନା, ପିଲ୍ଲା ସଂଖ୍ୟା, ଗାନ୍ଧୀ ସଂଗ୍ରାହାଳୟ, ଖେଳ ପଡ଼ିଆ, ନିର୍ମିତ ହେବାକୁ ପ୍ରଦତ୍ତ ନୂତନ ପ୍ରକଳ୍ପ ଆଦି ସମସ୍ତ ବିଷୟରେ ପଚାରି ବୁଝିବା ସହିତ ସେଗୁଡ଼ିକର ଆବଶ୍ୟକତା ନେଇ ସମୀକ୍ଷା କରିଥିଲେ। ବାଳାଶ୍ରମର ବିଦ୍ୟାର୍ଥୀମାନଙ୍କ ଦ୍ୱାର ପରିବେଷିତ ଗାନ୍ଧୀ ଭଜନ ଶୁଣିବା ସହିତ ସେମାନଙ୍କୁ ପାଠ ପଢ଼ି ଭଲ ମଣିଷ ହେବାକୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.