Home ଜିଲ୍ଲା ପରିକ୍ରମା ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

19

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ ଭଦ୍ରକ ରାନ୍ଦିଆ ବ୍ରିଜ୍ ନିକଟରେ ଏକ ରେଳ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏବଂ ରେଳ ଧାରଣାରେ ପଡିଛି ମହିଳାଙ୍କ ମୃତଦେହ। ଏଯାଏଁ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଖବର ଅନୁସାରେ ରେଳ ଧାରଣା ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରିଛି। ତେବେ ମହିଳାଙ୍କ ମୃତ୍ୟୁ କିପରି ହୋଇଥିଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.