Home ଓଡ଼ିଶା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା

216

ପୁରୀ, ୩/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ ଲକଡାଉନ ଜାରି କରାଯାଇଥିବାରୁ କେତେକ ପ୍ରବାସୀ ଶ୍ରମିକ ଯେଉର୍ମାନେ ଏଠାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ ସେମାନଙ୍କ ତରଫରୁ ଘରକୁ ଯିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଥିବା କୋଭିଡ-୧୯ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କର ଫିଟନେସ ସାର୍ଟିଫିକେଟ ଓ ଯାତ୍ରା ନିମନ୍ତେ ପାସଗୁଡିକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ। ସୂଚନା ଯୋଗ୍ୟ ଯେ ରାଜସ୍ଥାନର ଚୁରୁ ଓ ବିକାନିର ୮ଜଣ ଶ୍ରମିକ ଲକଡାଉନ ଯୋଗୁଁ ଏଠାରେ ରହି ଯାଇଥିଲେ। ଆଜି ସେମାନଙ୍କୁ ତାଙ୍କ ଯିବା ପାଇଁ ସମସ୍ତ ପାସ ଓ ଖାଦ୍ୟପୁଡିଆ ଦିଆଯାଇ ତାଙ୍କର ଯାତ୍ରାର ସଫଳତା କାମନା କରାଯାଇଥିଲା। ଅପରାହ୍ନରେ ଆଉ ଏକ ୧୫ଜଣିଆ ପର୍ଯ୍ୟଟକ ଯେଉଁମାନେ ଗୁଜୁରାଟରୁ ଆସି ଏଠାରେ ମାର୍ଚ୍ଚ ଶେଷ ସପ୍ତାହରୁ ରହିଯାଇଥିଲେ ସେମାନଙ୍କୁ ମଧ୍ୟ ନିଜ ସହରକୁ ଯିବା ପାଇଁ ଏକ ବସ ଯୋଗେ ପଠାଯାଇଛି। ସେମାନଙ୍କ ଯିବା ନିମନ୍ତେ ଭାରତ ବିକାଶ ପରିଷଦ ଓ ଜିଲ୍ଲା ପ୍ରଶାସନ ସମସ୍ତ ବନ୍ଦୋବସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.