Home ଓଡ଼ିଶା ଜିଲ୍ଲାପାଳଙ୍କ ନିର୍ଦେଶରେ ଅବକାରୀ ଅଫିସରେ ତହସିଲଦାରଙ୍କ ଚଢାଉ, ଷ୍ଟକରେ ଥିବା ମଦରୁ ୨୦ ବୋତଲ ଗାଏବ

ଜିଲ୍ଲାପାଳଙ୍କ ନିର୍ଦେଶରେ ଅବକାରୀ ଅଫିସରେ ତହସିଲଦାରଙ୍କ ଚଢାଉ, ଷ୍ଟକରେ ଥିବା ମଦରୁ ୨୦ ବୋତଲ ଗାଏବ

207

କେନ୍ଦ୍ରାପଡା ୩/୫ (ଓଡ଼ିଆ ପୁଅ/ ଚିତ୍ତରଞ୍ଜନ ଦାସ) ଏକ ଅଭିଯୋଗ ଭିତିରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ କେନ୍ଦ୍ରାପଡା ତହସିଲଦାର ଡଃ. ହେମଲତା ବାହାଲିଆ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ସାହୁଙ୍କ କାର୍ଯ୍ୟାଳୟକୁ ତନଖି କରିଥିଲେ। ସେହି ଇନିସପେକ୍ଟରଙ୍କ କାର୍ଯ୍ୟାଳୟ ଭିତରେ ଥିବା ଏକ ମଦ ପେଟିରୁ ରକ‘ର୍ଡ କ୍ଲାସିକ ହୁଇସ୍କି (୩୭୫ଏମଏଲର) ୪ଟି ବୋତଲ ଥିବାର ଦେଖିବାକୁ ମିଳିଥିଲା। ତହସିଲଦାରଙ୍କୁ ଇନିସକ୍କ୍‌ର ପ୍ରଦାନ କରିଥିବା ହିସାବ ଅନୁଯାଇ ଏକ ମଦ ଦୋକାନରୁ ୩୭ଟି ୩୭୫ଏମଏଲର ରକ‘ର୍ଡ କ୍ଲାସିକ ହୁଇସ୍କି ଜବତ କରାଯାଇଥିଲା। ସେଥିରୁ ୪ଟି ଏହି ରୁମରେ ଥିବା ବେଳେ ଅନ୍ୟ ରୁମରେ ଆଉ ୩୩ଟି ସେହି ବ୍ରାଣ୍ଡର ମଦ ରହିଛି। କିନ୍ତୁ ଅନ୍ୟ ଏକ ପୁରୁଷ ହାଜତ ଲେଖାଥିବା ରୁମରୁ ଏକ ଖୋଲାପେଟିରେ ଥିବା ୧୩ଟି ସେହି ବ୍ରାଣ୍ଡର ମଦ ମିଳିଥିଲେ ମଧ୍ୟ ଅନ୍ୟ ୨୦ଟି ବୋତଲ ମଦ ନଥିବାର ଦେଖାଯାଇଥିଲା। ଏସମ୍ପର୍କରେ ତହସିଲଦାର ଜିଲ୍ଲାପାଳଙ୍କୁ ସମସ୍ତ କଥା ଜଣାଇଦେଇଥିବା ସୂଚନା ଦେଇଛନ୍ତି। ଦିର୍ଘଦିନ ଦରି ଏଭଳି ଘଟଣା ଅବକାରୀ ବିଭାଗର ସଂପୃକ୍ତ ଅଧିକାରୀ କରିଆସୁଥିବା ଅଭିଯୋଗ ହୋଇଆସୁଛି। ଏସମ୍ପର୍କରେ ଅଧିକ ତଦନ୍ତ କରାଗଲେ ଆହୁରି ଅନେକ ଗୁଢ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଜନୈକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.