Home ଓଡ଼ିଶା ଆଜି ଫନି ବାତ୍ୟାକୁ ପୂରିଲା ଏକବର୍ଷ : ଘରଭଙ୍ଗା ସାହାର୍ଯ୍ୟ ଏବେବି ଅପହଂଚ

ଆଜି ଫନି ବାତ୍ୟାକୁ ପୂରିଲା ଏକବର୍ଷ : ଘରଭଙ୍ଗା ସାହାର୍ଯ୍ୟ ଏବେବି ଅପହଂଚ

153

ପୁରୀ, ୩/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତ ୨୦୧୯ ମେ ମାସ ୩ ତାରିଖରେ ମହାବାତ୍ୟା ଫନି ସହରର ବହୁ ଲୋକଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। କେତେକ ଲୋକଙ୍କର ଭରଦ୍ୱାର ଭାଙ୍ଗି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ସର୍ଭେ କରାଯାଇ ଘରଭଙ୍ଗା ସାହାର୍ଯ୍ୟ ଦିଆଯିବ ବୋଲି ନିଷ୍ପତି କରାଯାଇଥିଲା। ଆଜି ବି ମଧ୍ୟ ଅନେକ ଲୋକ ଏହି ଘର ଭଙ୍ଗା ସାହାର୍ଯ୍ୟରୁ ବଂଚିତ ହୋଇ ରହିଛନ୍ତି। ଏପରିକି କେତେକ ବସ୍ତି ଅଂଚଳର ଲୋକ ମଧ୍ୟ ଏବେବି ପଳିଥିନ୍ ତଳେ ରହିଛନ୍ତ୍‌ି। ସେହିପରି ଯେଉଁମାନଙ୍କର ରେସନ କାର୍ଡ ନାହିଁ ସେମାନଙ୍କୁ ଆଧାର କାର୍ଡ ମାଧ୍ୟମରେ ଚାଉଳ ଓ ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା ହୋଇଥିଲା। ସେଥିରେ ମଧ୍ୟ ବହୁ ଲୋକ ଏହି ସୁବିଧା ସୁଯୋଗରୁ ବଂଚିତ ହୋଇଥିବା ଅଭିଯୋଗ ହେଉଛି। ଫନି ଯିବାର ବର୍ଷକ ନପୂରୁଣୁ କରୋନା ମହାମାରୀ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଏବେବି ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ସରକାରୀ ସୁବିଧା ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ଯେଉଁ ସର୍ଭେ ହୋଇଛି ସେଥିରେ ତ୍ରୁଟି ରହିବା ଯୋଗୁଁ ବହୁଲୋକଙ୍କ ନାଁ ମଧ୍ୟ ସେ ତାଲିକାରେ ନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଅନୁସନ୍ଧାନ କରି ଯେଉଁମାନଙ୍କର ରାସନକାର୍ଡ ନାହିଁ ସେମାନେ ଯେପରି ସରକାରୀ ସାହାର୍ଯ୍ୟ ପାଇବେ ସେ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.