Home Coronavirus Outbreak ପ୍ରବାସୀ ଓଡ଼ିଆଙ୍କର ଅନାହାର ଜନିତ ମୃତ୍ୟୁ କିମ୍ବା ରାସ୍ତାରେ ପଡ଼ି ମୃତ୍ୟୁ ହେଲେ ରାଜ୍ୟ ସରକାର...

ପ୍ରବାସୀ ଓଡ଼ିଆଙ୍କର ଅନାହାର ଜନିତ ମୃତ୍ୟୁ କିମ୍ବା ରାସ୍ତାରେ ପଡ଼ି ମୃତ୍ୟୁ ହେଲେ ରାଜ୍ୟ ସରକାର ଦାୟୀ ହେବେ – ପଂଚାନନ କାନୁନ୍‌ଗୋ

215

ଭୁବନେଶ୍ୱର ତା ୮/୫ (ଓଡ଼ିଆ ପୁଅ) – ପ୍ରବାସରେ ଥିବା ଓଡ଼ିଆମାନେ ନିଜ ରାଜ୍ୟକୁ ଫେରିବା ହୁଏତ ବର୍ତମାନ ସହଜ ଓ ସମ୍ଭବ ନୁହେଁ। ନିଜ ନିଜ କର୍ମକ୍ଷେତ୍ରରେ ରହିବା ବ୍ୟତିତ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ତେବେ ସେମାନଙ୍କର ଯେଉଁ ତିନୋଟି ସମସ୍ୟା ରହିଛି ତାହା ଦିନକୁ ଦିନ ଉତ୍କଟ ହେବ। ରହିବା ଘରର ଭଡ଼ା ଦେଇ ନପାରିବାରୁ ତା’ର ମାଲିକ ତଡ଼ି ଦେଉଛନ୍ତି ବୋଲି ଅଭିଯୋଗ ହେଉଛି। ଲକ୍‌ଡାଉନ୍ ହେତୁ ସେମାନେ ରୋଜଗାର ହରାଇଛନ୍ତି। ଅଧିକନ୍ତୁ ଅସୁସ୍ଥ ହେବାର ଆଶଙ୍କା ରହିଛି। ତା ହୁଏତ କରୋନା ଭୁତାଣୁ ଜନିତ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ। ଏପରି ସମସ୍ୟ। ଘେରରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଛଟପଟ ହେଉଛନ୍ତି। ସେମାନଙ୍କର ଖାଇବା, ରହିବା ଏବଂ ସ୍ୱାସ୍ଥ୍ୟସେବା ଆଦି ରାଜ୍ୟ ସରକାର ବହନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପ୍ରତ୍ୟେକ ପ୍ରବାସ ସ୍ଥଳୀ ବା ରାଜ୍ୟରେ ଜଣେ ନୋଡ଼ାଲ ଅଫିସର ଅବସ୍ଥାପିତ କରାଯାଇ ସେହି ରାଜ୍ୟ ସହିତ ସଂପର୍କ ରଖିବା ଓ ସମସ୍ତ ସହାୟତାର ବନ୍ଦୋବସ୍ତ କରିବା ଦରକାର। ଏହି ନୋଡାଲ ଅଫିସର ରାଜ୍ୟର କମିଶନ ର‌୍ୟାଙ୍କ ବା ପ୍ରିନସିପାଲ ସେକ୍ରେଟାରୀ ର‌୍ୟାଙ୍କର ହୋଇଥିବା ଦରକାର ଓ ସେ ଭୁବନେଶ୍ୱରରେ ନ ରହି ପ୍ରବାସୀ ରହୁଥିବା ସଂପୃକ୍ତ ରାଜ୍ୟର କୌଣସି ଏକ ମୁଖ୍ୟ ସ୍ଥାନରେ ରହିବା ଦରକାର। ଏବେ ସମ୍ବାଦପତ୍ରମାନଙ୍କରେ ଦେଖିବାକୁ ମିଳିଲାଣି ଯେ ଏପରି ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରୁଛନ୍ତି। ଯେକୌଣସି କାରଣରୁ ହେଉ ବା କାହିଁକି ପ୍ରବାସରେ ଥିବା ଜଣେ କେହି ଓଡ଼ିଆ ବା ସେଠି ରହୁଥିବା ତା’ର ପରିବାର କେହି ଯଦି ଅନାହାର ଜନିତ ବା ରାସ୍ତାରେ ପଡ଼ି ମୃତ୍ୟୁବରଣ କରେ ତେବେ ରାଜ୍ୟ ସରକାର ଦାୟୀ ରହିବ ବୋଲି କଂଗ୍ରେସ ତରଫରୁ ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି ଓ ସମ୍ବିଧାନର ଧାରା ୨୧ ଅନୁସାରେ ଏହା ଏକ ସାଂଘାତିକ ବିଚ୍ୟୁତି ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.