Home ଓଡ଼ିଶା ବାହାର ରାଜ୍ୟକୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ଅଟକାଇ ସ୍କୁଲରେ ରଖିଲା ଦୈତାରୀ ପୋଲିସ

ବାହାର ରାଜ୍ୟକୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ଅଟକାଇ ସ୍କୁଲରେ ରଖିଲା ଦୈତାରୀ ପୋଲିସ

280

ହରିଚନ୍ଦନପୁର, ତା ୦୮ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ବିଭିନ୍ନ କାରଖାନାରେ ବାହାର ରାଜ୍ଯର ଶ୍ରମିକମାନେ କାମ କରୁଥିବାବେଳେ କରୋନାକୁ ନେଇ ସରକାରଙ୍କ ଲକ୍ ଡାଉନ୍ ନିୟମ ଜାରି ରହିଛି । ଯାହା ଫଳରେ ଠିକାଦାରମାନେ ଶ୍ରମିକମାନଙ୍କୁ ଟଙ୍କା ପଇସା ଦେବାରେ ଅନେକ ହଇରାଣ ହରକତ କରୁଛନ୍ତି । ଟଙ୍କା ଅଭାବକୁ ନେଇ ଶ୍ରମିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଉଥିଲେ । ଅନେକ କଷ୍ଟ‌ ସହି କିଛିଦିନ ରହିଲାପରେ ଆଜି ସେମାନେ ନିଜ ନିଜ ରାଜ୍ଯକୁ ଚାଲି ଚାଲି ଯାଉଥିବା ସମୟରେ କେନ୍ଦୁଝର ଜିଲ୍ଲା ଦୈତାରୀ ପୋଲିସ ସେମାନଙ୍କୁ ଅଟକାଇ ରାସୋଳ ସ୍କୁଲରେ ରଖିଛି । ସେମାନଙ୍କ ମଧ୍ୟରେ ଝାଡଖଣ୍ଡ ରାଜ୍ୟର ୪୦ଜଣ ଓ ବିହାର ରାଜ୍ୟର ୮ଜଣ ଥିବାବେଳେ ମୟୁରଭଞ୍ଜ ଜିଲ୍ଲାର ୫ଜଣ ଏବଂ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଅଞ୍ଚଳର ୧୭ଜଣ ମହିଳା ଅଛନ୍ତି । ମହିଳାମାନେ ନିଆଳୀ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ ବୋଲି କହିଛନ୍ତି । ସେମାନେ ମଙ୍ଗଳବାର ଠାରୁ ଚାଲି ଚାଲି ଆସିଲେଣି । ସମସ୍ତ ଶ୍ରମିକମାନଙ୍କୁ ରାସୋଳ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ଯ ଖାଇବାକୁ ଦିଆଯାଇଛି । ସବୁଠାରୁ ବଡ଼କଥା ଯାଜପୁର ଜିଲ୍ଲା ରେଡ୍ ଜୋନ ଥିବାବେଳେ ଉକ୍ତ ବାଟରେ କଳିଙ୍ଗନଗର ଓ ଟମକା ଦୁଇ ଦୁଇଟି ଥାନା ଯାଜପୁର ଜିଲ୍ଲା ଅତିକ୍ରମ କରି କେନ୍ଦୁଝର ଜିଲ୍ଲାକୁ ଆସିଲେ କିପରି ? ରାସ୍ତା ଉପରେ ପୋଲିସ କର୍ମଚାରୀଙ୍କ ସବୁସମୟରେ ଡିୟୁଟି କଡ଼ା କଡି ଚାଲିଥିବା ବେଳେ ସେମାନଙ୍କୁ କ’ଣ ପାଇଁ ଅଟକ୍ ରଖାଗଲାନାହିଁ ? ଏଠି ପ୍ରଶ୍ନ ଉଠୁଛି ଯାଜପୁର ପ୍ରଶାସନ ଜଞ୍ଜାଳମୁକ୍ତ ହେବାପାଇଁ ଜାଣିଶୁଣି ସେମାନଙ୍କୁ ଅଟକାଇ ନଥିଲେ । ଆହୁରି ମଧ୍ଯ ବହୁ ମାତ୍ରାରେ ଶ୍ରମିକ ଉକ୍ତ ରାସ୍ତା ଦେଇ ଚାଲି ଚାଲି ଆସୁଥିବାର ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଟକ୍ ଶ୍ରମିକମାନଙ୍କୁ ଏଠାରେ ରଖାଯିବ ନା ଛାଡିଦିଆଯିବ ତାହାର ନିଷ୍ପତି ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.